କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ସାମ୍ବାଦିକଙ୍କ ଦାବୀ ଏବଂ ସୁରକ୍ଷା ପାଇଁ ଯତ୍ନବାନ ହେବ କଟକ ଜିଲ୍ଲା ସାମ୍ବାଦିକ ୟୁନିୟନ ! CDUJ ର ସାଧାରଣ ପରିଷଦ ବୈଠକ ରେ ଏପରି ମତାମତ ଦେଇଛନ୍ତି 2025- 26 ପାଇଁ ମନୋନୀତ କର୍ମକର୍ତ୍ତା ! କଟକ ସ୍ୱତନ୍ତ୍ର ସର୍କିଟ ହାଉସ ରେ ଆୟୋଜିତ ହୋଇଯାଇଛି କଟକ ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଏବଂ ସାଙ୍ଗଠନିକ ନିର୍ବାଚନ ! ଓଡିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ସହ ଅନୁବନ୍ଧିତ ଏହି ଜିଲ୍ଲା ସଙ୍ଗଠନରେ ପାଖାପାଖି ଏକ ଶହ ସଦସ୍ୟ ଥିବା ସମୟରେ ବୈଠକରେ ପଚାଶ ରୁ ଅଧିକ ସଦସ୍ୟ ଉପସ୍ଥିତ ରହିଥିଲେ ! 2012 ମସିହାରୁ ଲଗାତାର ଭାବରେ ସଂଗଠନର ଦାୟିତ୍ୱ ସୂଚାରୁ ଭାବରେ ତୁଳାଉଥିବା ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ କୁମାର ମହାନ୍ତି ଙ୍କୁ ସର୍ବ ସମ୍ମତି କ୍ରମେ ପୁଣି ଥରେ ଦୁଇ ବର୍ଷ ପାଇଁ ସଭାପତି ଭାବରେ ମନୋନୀତ କରାଯାଇଛି ! ସେହିପରି ବରିଷ୍ଠ ସାମ୍ବାଦିକ ଅଜୟ କୁମାର ଦାସ ଙ୍କୁ ପୁନର୍ବାର ସାଧାରଣ ସମ୍ପାଦକ ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି ! ଆଗାମୀ ଦିନରେ ସାମ୍ବାଦିକ ମାନଙ୍କର ହକ ଏବଂ ସୁରକ୍ଷା ପାଇଁ ସଂଘ ତରଫରୁ ବଳିଷ୍ଠ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି କାର୍ଯ୍ୟକର୍ତ୍ତା ! ସଂଗଠନର ଉପ ସଭାପତି ଭାବରେ ପ୍ରଫୁଲ୍ଲ କୁମାର ମିଶ୍ର , ବିଭୁତି ଭୂଷଣ ଦାଶ , ସମ୍ପାଦକ ଭାବରେ ପ୍ରଦୀପ କୁମାର ପରିଜା , ପୂର୍ଣ୍ଣଚନ୍ଦ୍ର ସାହୁ , କୋଷାଧ୍ୟକ୍ଷ ଭାବରେ ଜଗନ୍ନାଥ ରାଉତ , କଲ୍ୟାଣ ପାଣ୍ଠି ଅଧ୍ୟକ୍ଷ ରୂପେ କୈଳାସ ଚନ୍ଦ୍ର ଜେନା , ଉପଧାକ୍ଷ ରୂପେ ସରୋଜ କୁମାର ମଲ୍ଲିକ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଛନ୍ତି ! ସାଧାରଣ ପରିଷଦ ବୈଠକରେ ଜିଲ୍ଲା କାର୍ଯ୍ୟକାରିଣୀ କମିଟି ଗଠନ ସହିତ ଆଗାମୀ ଦିନରେ ବାଙ୍କୀ ଅଂଶୁପାରେ ଜିଲ୍ଲା ବୈଠକ ଆୟୋଜନ ପାଇଁ ଆଲୋଚନା ହୋଇଥିଲା !