ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଜନ୍ମ ରୁ ଦୃଷ୍ଟିହୀନ , ହେଲେ ତାଙ୍କର ସିଦ୍ଧି ଆଗରେ ହାର ମାନିଛି ଶାରୀରିକ ଦୁର୍ବଳତା ! ଆମେ କହୁଛୁ ପ୍ରସିଦ୍ଧ ସଙ୍ଗୀତ ସାଧକ ଓ ହାରମୋନିୟମ ବାଦକ ଗୁରୁ ନୃସିଂହ ଚରଣ ପାଢ଼ୀ ଙ୍କ କଥା ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କବିଚନ୍ଦ୍ର ସାହିରେ ରୁହନ୍ତି ଗୁରୁ ନୃସିଂହ ଚରଣ ପାଢ଼ୀ ! ଭଗବାନ ସମସ୍ତଙ୍କ ଭାଗ୍ୟ ଲେଖନ୍ତି, କିନ୍ତୁ ଏଠାରେ ଗୁରୁ ନୃସିଂହ ଚରଣ ପାଢ଼ୀ ନିଜେ ନିଜର ଭାଗ୍ୟ ଲେଖିଛନ୍ତି । ସେ ଜନ୍ମରୁ ଦୃଷ୍ଟିହୀନ ହୋଇ ମଧ୍ୟ ସେ ନିଜକୁ କେବେ ହେଲେ ଦୁର୍ବଳ ମନେ କରି ନାହାଁନ୍ତି । ଛୋଟରୁ ସଙ୍ଗୀତରେ ରୁଚି, ଆଗ୍ରହ ଓ ଶ୍ରଦ୍ଧା ରଖିଥିଲେ । ପରେ ଏହି ରୁଚି ହିଁ ପାଲଟିଲା ତାଙ୍କର ନିଶା ଓ ସଫଳତା ର ମାଧ୍ୟମ ! ସେ ସଙ୍ଗୀତ ଦ୍ବାରା ଦେଖି ପାରୁଛନ୍ତି , ଅନୁଭବ କରି ପାରୁଛନ୍ତି ଓ ଶୁଣି ପାରୁଛନ୍ତି । ସରକାରଙ୍କ ତରଫରୁ ତାଙ୍କ ଅନୁଷ୍ଠାନକୁ ସହାୟତା ଯୋଗାଇ ଦେଲେ ଅନୁଷ୍ଠାନଟି ଆଗକୁ ଯାଇପାରିବ ଓ ସଙ୍ଗୀତରେ ନୂତନ ପିଢ଼ି ସୃଷ୍ଟି ହୋଇ ପାରିବ।