ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଙ୍କ ୧୫୮ ତମ ଜୟନ୍ତୀ ପାଳିତ ! ଯୋଗଦେଲେ ବିଧାୟକ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ! କଟକ ଜିଲ୍ଲା ସଂସ୍କୃତି ବିଭାଗ କଟକ ପକ୍ଷରୁ ଆଜି ବାଙ୍କୀ ବୈଦେଶ୍ଵର ଠାରେ ଜିଲ୍ଲା ସ୍ତରୀୟ ୧୫୮ ତମ ବିଦ୍ୟାରତ୍ନ ଜୟନ୍ତୀ ପାଳିତ ! ଏହି ଉତ୍ସବ ରେ ଯୋଗଦେଇ ବିଦ୍ୟାରତ୍ନ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଛନ୍ତି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ! ପଣ୍ଡିତ ବିଦ୍ୟାରତ୍ନ ଏକା ଧାରରରେ ସାମ୍ବାଦିକ , ସାରସ୍ୱତ ସାଧକ , ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ର ଆଦ୍ୟ ବିନ୍ଧାଣି ଓ ଭାଷା ଯୋଦ୍ଧା ସହିତ ସମାଜ ସଂସ୍କାରକ ଭାବେ ରଖିଥିଲେ ନିଜର ସ୍ୱତନ୍ତ୍ର ପରିଚୟ ! ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଙ୍କ ଜନ୍ମ ମାଟି ବାଙ୍କୀ ବୈଦେଶ୍ଵର ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହିଥିଲେ !
ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଜୟନ୍ତୀ ପାଳିତ !!!

