ନୟାଗଡ ରେ ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ ଭାରତ ୨୦୨୪ କାର୍ଯ୍ୟକ୍ରମ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ କୁମାର ପଟ୍ଟନାୟକ : ନୟାଗଡ଼ କେନ୍ଦୀୟ ବିଦ୍ୟାଳୟ ପରିସରରେ ଭାରତ ସରକାରଙ୍କ ଅଧିନରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଥିବା ଯୁବ କେନ୍ଦ୍ର ଓ ଜିଲ୍ଲା ସଂସ୍କୃତି ବିଭାଗର ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ ଭାରତ ୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ରୂପେ ଭାରତୀୟ ଡାକ ବିଭାଗ ମୁଖ୍ୟ ଅଧିକ୍ଷକ ଖଗେଶ୍ବର ମଲ୍ଲିକ, ଜିଲ୍ଲା କ୍ରୀଡ଼ା ଅଧୂକାରୀ ସୁଜାତା ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ , ଜିଲ୍ଲା କ୍ରୀଡା ଅଧିକାରୀ ସୁଜାତା ସାହୁ, କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ପ୍ରେମ ଚନ୍ଦ୍ରଙ୍କ ସହିତ ନୟାଗଡ ଜିଲ୍ଲା ଯୁବକେନ୍ଦ୍ର ସଂସ୍ଥା ଜିଲ୍ଲା ଅଧିକାରୀ ଅନୁରାଗ କୁମାର ଯୋଗଦେଇ ଭଗବାନ ଜଗନ୍ନାଥଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ବଳନ କରିଥିଲେ । ମୁଖ୍ୟ ଅତିଥି ଦୁଷ୍ମନ୍ତ ସ୍ବାଇଁ ନୟାଗଡ ଜିଲ୍ଲାର ଖଣ୍ଡପଡା ପଠାଣି ସାମନ୍ତଙ୍କ ବୈଜ୍ଞାନିକ ଗୁଣାବଳୀ ଓ ତାଙ୍କ ଜୀବନ କୌଶଳୀ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରେରଣା ଦେଇ ବୈଜ୍ଞାନିକ ମାଟି ବୋଲି ଉଲେଖ କରି ଭବିଷ୍ୟତରେ ଏହି ଜିଲ୍ଲାରୁ ଅନେକ ବୈଜ୍ଞାନିକ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ । ଅନ୍ୟ ସମ୍ମାନିତ ଅତିଥି ବୃନ୍ଦ ବିଶେଷ ଭାବେ ଆଲୋକପାତ କରି ଛାତ୍ରଛାତ୍ରୀଙ୍କୁ ଉଦବୋଧନ କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରାୟ ୧୮ ଟି ଅନୁଷ୍ଠାନରୁ ୭ ଟି ପ୍ରତିଯୋଗିତାରୁ ୨୪୦ ଉର୍ଦ୍ଧ ଛାତ୍ର ଓ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ମାନପ‌ତ୍ର, ଫଳକ ଏବଂ ଅର୍ଥ ରାଶି ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ପ୍ରତିଯୋଗିତା ରେ ୧ମ ଓ ୨ୟ ସ୍ଥାନରେ ଥିବା ବିଜେତା ମାନେ ଭବିଷ୍ୟତରେ ରାଜ୍ୟସ୍ତରିୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ବୋଲି ଉଲେଖ କରାଯାଇଛି ।

 

Leave a Reply

Your email address will not be published. Required fields are marked *