ଆୟୋଜକ ଦଳକୁ ହରାଇ ସେମିରେ ଡ଼ମଣଗାଡିଆ ନରସିଂହପୁର ଟିମ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ପ୍ରଥମ ସତ୍ୟଭାମା – ଚୌଧୁରୀ ସ୍ମାରକୀ ମେମୋରିଆଲ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସରେ ଆୟୋଜକ ଜୀବନ ଜ୍ୟୋତି କ୍ରିକେଟ କ୍ଲବ ଓ ଡ଼ମଣଗାଡିଆ ନରସିଂହପୁର ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଆଜି ଆଦର୍ଶ ଶିକ୍ଷୟିତ୍ରୀ ସ୍ୱର୍ଗତା ସତ୍ୟଭାମା ସାହୁ ଙ୍କ ଦ୍ୱିତୀୟ ଶ୍ରାଦ୍ଧ ଦିବସ ଥିବାରୁ ମୁଖ୍ୟ ଅତିଥି ମିଲନ କୁମାର ତ୍ରିପାଠୀ , ପ୍ରସନ୍ନ କୁମାର ବେହେରା ଓ ଉଭୟ ଦଳର ଖେଳାଳି ମାନେ ମ୍ୟାଚ ଆରମ୍ଭ ପୂର୍ବରୁ ଜଗତର ନାଥ ଜଗନ୍ନାଥ ଓ ସ୍ବର୍ଗତ ସତ୍ୟଭାମା – ଚୌଧୁରୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ! ମ୍ୟାଚରେ ଡ଼ମଣଗାଡିଆ ନରସିଂହପୁର ଦଳ ନିର୍ଦ୍ଧାରିତ ଓଭର ରେ ୭ ଗୋଟି ୱିକେଟ ହରାଇ ୧୭୬ ରନ କରିଥିବା ବେଳେ , ଏହାର ପିଛା କରି ଜୀବନ ଜ୍ୟୋତି କ୍ରିକେଟ କ୍ଲବ ୧୧୬ ରନ କରି ସମସ୍ତ ୱିକେଟ ହରାଇ ପରାଜୟ ବରଣ କରିଛି ! ଡ଼ମଣଗାଡିଆ ଦଳର ଭୀମସେନ ସାହୁ ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି । ଆସନ୍ତା କାଲି ଭାଲିଆବାଡି ଓ ରାଇଜିଙ୍ଗ ଷ୍ଟାର କୁମାରବସ୍ତ ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *