ବୃହତ ଉଠା ଜଳସେଚନ ଅଞ୍ଚଳ ର ଫସଲ ବିବିଧିକରଣ କାର୍ଯକ୍ରମ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବୃହତ ଉଠା ଜଳସେଚନ ଅଞ୍ଚଳ ର ଫସଲ ବିବିଧିକରଣ କାର୍ଯକ୍ରମ ! ବଡ଼ମ୍ବା ଭଟ୍ଟାରିକା ପାନ୍ଥ ନିବାସ ପରିସର ରେ ବୃହତ୍ ଉଠା ଜଳସେଚନ ଅଞ୍ଚଳ ର ଫସଲ ବିବିଧିକରଣ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ୧୦ଟି ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଅଂଶ ଗ୍ରହଣ କରି ମାଣ୍ଡିଆ ରେ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତି କରି ପ୍ରଦର୍ଶନ କରିଥିଲେ ! ମୁଖ୍ୟ ଅତିଥି ରୂପେ ବଡ଼ମ୍ବା ବିଧାୟକ ବିଜୟ କୁମାର ଦଳବେହେରା ଯୋଗଦେଇ , ବୃହତ ଜଳସେଚନ ଅଞ୍ଚଳର ଚାଷୀ ମାନେ ବିଭିନ୍ନ ଶସ୍ୟ ଓ ତୈଳ ଜାତୀୟ ଫସଲ ଉପରେ କିଭଳି ବୈଜ୍ଞାନିକ ପ୍ରଣାଳୀ ଅନୁସରଣ କରି ଅଧିକ ଅମଳ ହୋଇପାରିବ ସେ ନେଇ ବ୍ୟକ୍ତବ ରଖିଥିଲେ । ସରକାର ଚାଷୀ ଙ୍କ ପାଇଁ ଯତ୍ନଶୀଳ , ଅଞ୍ଚଳ ର ମହିଲା ମାନେ କିଭଳି ସ୍ୱାବଲମ୍ବୀ ହୋଇ ନିଜ ପରିବାର ର ଆର୍ଥିକ ଉନ୍ନତି ସହଭାଗି ହୋଇପାରିବେ ନିଜ ଅଭିଭାଷଣରେ ବିଧାୟକ କହିଥିଲେ । ଅଣଧାନରେ ପ୍ରସ୍ତୁତି ସ୍ୱାଦିଷ୍ଟ ଖାଦ୍ୟ ଉପରେ ତିନୋଟି ସ୍ଵଂୟ ସହାୟକ ଗୋଷ୍ଠୀ ଙ୍କୁ ଟ୍ରଫି, ମାନପତ୍ର ଓ ଝୋଟ ନିର୍ମିତ ବ୍ୟାଗ୍ ବଣ୍ଟନ କରାଯାଇଥିଲା !

Leave a Reply

Your email address will not be published. Required fields are marked *