ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କାଶୀନଗର ବ୍ଲକର ବିଭିନ୍ନ ପଂଚାୟତ କୁ ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ ଗସ୍ତ କରି ଚାଷୀ ମାନଙ୍କ ସହିତ ସାକ୍ଷାତ କରି ଫସଲ ହାନି ପରିସ୍ଥିତି ଅନୁଧ୍ୟାନ କରିଥିଲେ ! ଲଘୁଚାପ ଜନିତ ବର୍ଷା ପ୍ରଭାବରେ କ୍ଷୟ କ୍ଷତି ହୋଇଥିବାରୁ ଚାଷୀ ମାନଙ୍କ ନିକଟରେ ବିଧାୟକ ଶ୍ରୀ ପାଣିଗ୍ରାହୀ ପହଂଚି ତାଙ୍କୁ କିପରି ସରକାର ଙ୍କ ଯେଉଁ ସବୁ ସହାୟତା ଅର୍ଥ ଅଛି ସେ ସବୁ କିପରି ପହଂଚି ପାରିବ ସେଥିପାଇଁ ସେ ବିଶେଷ ଦୃଷ୍ଟି ଦେବେ ବୋଲି ଆଶ୍ୱାସନା ଦେଇ କହିଥିଲେ ! କାଶୀନଗର ବ୍ଲକ ର ବିଭିନ୍ନ ପଂଚାୟତ ର ଚାଷୀ ମାନଙ୍କ ଦୁଃଖ ଦେଖି ବିଧାୟକ ନିଜେ ବିଧିର ବିଡମ୍ବନା କୁ ଦାୟୀ କରି ସେମାନଙ୍କ ଦୁଃଖ ରେ ସାମିଲ ହୋଇଥିଲେ ! ଚାଷୀ ମାନେ କ୍ଷେତ ରେ ପଡ଼ିଥିବା ଓଦା ଧାନ ଯେଉଁଥିରେ ଗଜା ମାରି କୌଣସି କାମରେ ଆସିବ ନାହିଁ ସେ ସବୁ ଧରି ନିଜ ନିଜ ଦୁଃଖ ବିଧାୟକଙ୍କ ନିକଟରେ ଜଣେଇଥିଲେ ! ଏହି ପରିସ୍ଥିତି ରେ ଚାଷୀ ମାନେ ନା ଧାନ ଶୁଖେଇ ପାରୁଛନ୍ତି , ନା କ୍ଷେତ ରୁ ବାହାର କୁ ଆଣି ପାରୁଛନ୍ତି ! ଚାଷୀ ର ଦୁର୍ଦଶା ପୌଷ ମାସର ବର୍ଷା ଦ୍ବିଗୁଣିତ କରି ସେମାନଙ୍କ ଆର୍ଥିକ ମେରୁଦଣ୍ଡ କୁ ଭାଙ୍ଗି ଦେଲା ବୋଲି ବିଧାୟକ ଶ୍ରୀ ପାଣିଗ୍ରାହୀ କହିଛନ୍ତି ! ତାଙ୍କର ଏହି ଗସ୍ତ ସମୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇମ୍ମା, ବରିଷ୍ଠ ବିଜେଡି ସଦସ୍ୟ ପ୍ରଦୀପ ନାୟକ, କେ ଆପ୍ପା ରାଓ ପ୍ରମୁଖ ଉପସ୍ଥିତ ଥିଲେ !
ଲଘୁଚାପ ଜନିତ ବର୍ଷା ଦ୍ୱାରା ଫସଲ ହାନି ହୋଇଥିବା ଅଞ୍ଚଳ ଗସ୍ତ କଲେ ପାରଳାଖେମୁଣ୍ଡି ବିଧାୟକ !!!

