ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଲଘୁଚାପ ଜନିତ ବର୍ଷା ଉଜାଡି ଦେଇଛି ଚାଷୀର କ୍ଷେତ ! ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତକୁ ଯାଇ ଚାଷୀଙ୍କ ସହିତ ଆଲୋଚନା କରୁଛନ୍ତି ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ! ଗୋଷାଣି ବ୍ଲକର ଭୂଷକୁଡି,ବାଘଶଳା,ଗୋଷାଣି,ଖରସଣ୍ଡା,ଗୁରାଣ୍ଡି, ସର୍ଦାପୁର ଏବଂ ତାଟିପେଟି ଗସ୍ତ କରି ଚାଷୀ ମାନଙ୍କ ସହିତ ସାକ୍ଷାତ କରି ଫସଲ ହାନି ପରିସ୍ଥିତି ଅନୁଧ୍ୟାନ କରିଥିଲେ ବିଧାୟକ ! ଲଘୁଚାପ ଜନିତ ବର୍ଷା ପ୍ରଭାବରେ କ୍ଷୟ କ୍ଷତି ହୋଇଥିବା ଚାଷୀ ମାନଙ୍କ ନିକଟରେ ବିଧାୟକ ଶ୍ରୀ ପାଣିଗ୍ରାହୀ ପହଂଚି , କିପରି ସରକାର ଙ୍କ ଯେଉଁ ସବୁ ସହାୟତା ଅର୍ଥ ଅଛି ସେସବୁ କିପରି ପହଂଚି ପାରିବ ସେଥିପାଇଁ ସେ ବିଶେଷ ଦୃଷ୍ଟି ଦେବେ ବୋଲି ଚାଷୀ ମାନଙ୍କୁ ଆଶ୍ୱାସନା ଦେଇ କହିଥିଲେ ! ଗୋଷଣି ବ୍ଲକ ଅଧ୍ୟକ୍ଷ ଏନ.ଭୀରରାଜୁ, ବ୍ଲକ ସଭାପତି ଈଶ୍ବର ରାଓ ଓ ଅନ୍ୟାନ୍ୟ ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ !
ଚାଷୀଙ୍କ ସହିତ ଆଲୋଚନା କରୁଛନ୍ତି ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ !!!

