କଟକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କଟକ ଜଗତପୁର ଅଞ୍ଚଳରେ ଥିବା ଟାୟାର ଗୋଦାମରେ ପୋଲିସର ଚଢାଉ । ବିଭିନ୍ନ ନାମୀ କମ୍ପାନୀ ନାମରେ ନକଲି ଟାୟାର ବିକ୍ରି ହେଉଥିବା ଅଭିଯୋଗରେ ଚଢାଉ କରିଛି ପୋଲିସ । ବିଭିନ୍ନ କମ୍ପାନୀର ଟାୟାରକୁ ନକଲ ଲେବଲ୍ ଲଗାଇ ଗ୍ରାମାଞ୍ଚଳ ମାନଙ୍କୁ ବିକ୍ରି ପାଇଁ ପଠା ଯାଉଥୁଲା । ଗୋଦାମ ସିଲ୍ କରିବା ସହ ମାଲିକଙ୍କୁ ଅଟକ ରଖୁଛି ଜଗତପୁର ଥାନା ପୋଲିସ । ସୂଚନା ଅନୁଯାୟୀ ଜଗତପୁର ଅଞ୍ଚଳରେ ଥିବା ଟାୟାର ଗୋଦାମ ରେ ବିଭିନ୍ନ ନାମୀ କମ୍ପାନୀ ନାମରେ ନକଲି ଟାୟାର ବିକ୍ରି ହେଉଥିବା ଅଭିଯୋଗରେ ଉତ୍କଳ ଡିଷ୍ଟ୍ରିବ୍ୟୁଟର ନାମକ ଏକ ଗୋଦାମ ଉପରେ ଚଢାଉ କରିଛି ପୋଲିସ । ବିଭିନ୍ନ କମ୍ପାନୀର ଟାୟାରକୁ ନକଲ ଲେବଲ୍ ଲଗାଇ ଗ୍ରାମାଞ୍ଚଳ ମାନଙ୍କୁ ବିକ୍ରି ପାଇଁ ପଠାଯାଉଥିଲା । ହିନ୍ଦୁସ୍ଥାନ ଟାୟାର କମ୍ପାନୀ ନାମରେ ଏହିଭଳି ବିକ୍ରି ହେଉଥିବା ଅଭିଯୋଗ ହେବା ପରେ ଗୋଦାମ ସିଲ୍ କରିବା ସହ ମାଲିକଙ୍କୁ ଅଟକ ରଖି ତଦନ୍ତ କରୁଛି ଜଗତପୁର ଥାନା ପୋଲିସ ।