ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ଦୀର୍ଘ ବର୍ଷ ପରେ ପାଳିତ ହେଲା ସରକାରୀ ବିଦ୍ୟାଳୟ ରେ କ୍ରୀଡା ଉତ୍ସବ, ପିଲାଙ୍କ ମନରେ ଖୁସି ! ବଡ଼ମ୍ବା ବ୍ଲକ ଅଧିନସ୍ଥ ଭଟ୍ଟାରିକା ଗ୍ରାମ ପଂଚାୟତ ଗମେଇଁ ଗ୍ରାମରେ ଥିବା ସରକାରୀ ନୋଡାଲ ଉ.ପ୍ରା ବିଦ୍ୟାଳୟରେ ଦୀର୍ଘ ବର୍ଷ ପରେ ଅନୁଷ୍ଠିତ ହେଲା ଚଳିତ ବର୍ଷ ଦୁଇ ଦିନିଆ କ୍ରୀଡା ଉତ୍ସବ । କ୍ରୀଡା ଉତ୍ସବ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କଲେ ବଡ଼ମ୍ବା ଶିକ୍ଷା ମଣ୍ଡଳ ଅଧିକାରୀ ! ସମ୍ମାନିତ ଅତିଥି ଭାବେ ତୈଳ ଏବଂ ପ୍ରାକୃତିକ ବାସ୍ପ ନିଗମର ଅବସର ପ୍ରାପ୍ତ ଭୁ -ବୈଜ୍ଞାନିକ ସୁରେନ୍ଦ୍ର ନାଥ ଦଳାଇ, ଅବସର ପ୍ରାପ୍ତ DFO ମାନ ଗୋବିନ୍ଦ ଦଳେଇ, ବିଶିଷ୍ଟ ଅତିଥି ଭାବରେ ସରପଞ୍ଚ ସତ୍ୟଜିତ ପୁହାଣ ପ୍ରମୁଖ ଯୋଗ ଦେଇ ବାର୍ଷିକ କ୍ରୀଡା ଉତ୍ସବରେ ପିଲା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ବାର୍ଷିକ କ୍ରୀଡା ଉତ୍ସବ ପାଇଁ ଛାତ୍ର ଛାତ୍ରୀ ମାନଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ପ୍ରଥମ ଦିନରେ ବିଦ୍ୟାଳୟ ପରିସର ରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ମିୟୁଜିକ ଚେୟାର, ଲଙ୍ଗ ଜମ୍ପ, ହାଇ ଜମ୍ପ, ୧୦୦ ମିଟର ଦୌଡ଼, ଶଟଫୁଟ ଆଦି ଖେଳର ପ୍ରତିଯୋଗିତା କରାଯାଇଥିଲା । କ୍ରୀଡା ଉତ୍ସବ ଉଦଯାପନ ଦିବସ ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମ ରହିଛି ।
ଦୀର୍ଘ ବର୍ଷ ପରେ ପାଳିତ ହେଲା ସରକାରୀ ବିଦ୍ୟାଳୟ ରେ କ୍ରୀଡା ଉତ୍ସବ : ପିଲାଙ୍କ ମନରେ ଖୁସି !!!

