ସୋନିଆ ଗାନ୍ଧୀଙ୍କ ବିବାଦୀୟ ମନ୍ତବ୍ୟ କୁ ନେଇ ବାଙ୍କୀ ବିଜେପି ତରଫରୁ କୁଶ ପୁତଳିକା ଦାହ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଲୋକସଭାରେ ବଜେଟ ଅଧିବେଶନ ଆରମ୍ଭରେ ମହାମହିମ ରାଷ୍ଟ୍ରପତି ଙ୍କ ଅଭିଭାଷଣ ପ୍ରଦାନ ପରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବିବାଦୀୟ ମନ୍ତବ୍ୟ କୁ ନେଇ ବିଭିନ୍ନ ଜାଗାରେ ତୀବ୍ର ବିରୋଧ ଦେଖିବା ପାଇଁ ମିଳିଛି । ବାଙ୍କୀରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବାଙ୍କୀ ନିର୍ବାଚନ ମଣ୍ଡଳୀ ର ସଂଯୋଜକ ଜଗନ୍ନାଥ ପରିଡା ଙ୍କ ସଂଯୋଜନା ରେ ନଗର ମଣ୍ଡଳ ସଭାପତି ସଞ୍ଜୟ କୁମାର ରଣାଙ୍କ ନେତୃତ୍ୱରେ ବିଜେପି ପାର୍ଟି କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରାରେ ଆସି ବାଙ୍କୀ ମୂଖ୍ୟ ବଜାରର ନୃସିଂହ ଛକଠାରେ ସୋନିଆ ଗାନ୍ଧୀଙ୍କ କୁଶ ପୁତଳିକା ଦାହ କରାଯାଇ କଂଗ୍ରେସ ଦଳ କୁ ତୀବ୍ର ସମାଲୋଚନା କରିଥିଲେ ଦଳୀୟ ନେତୃମଣ୍ଡଳୀ । ତେବେ ଏଭଳି ମନ୍ତବ୍ୟ କୁ ପ୍ରତ୍ୟାହାର କରି କ୍ଷମା ପ୍ରାର୍ଥନା ନ କଲେ ଆଗାମୀ ଦିନରେ ଦଳ ଦେଶବ୍ୟାପୀ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ବରିଷ୍ଠ ବିଜେପି ନେତା ସରୋଜ କୁମାର ମତଗଜସିଂ । ଜଣେ ମହିଳା ହୋଇ ଅନ୍ୟ ଜଣେ ମହିଳା ଙ୍କୁ ଏପରି ସମାଲୋଚନା କୁ ନିନ୍ଦା କରିଛନ୍ତି ସରୋଜ କୁମାର ସାମନ୍ତରାୟ ଏବଂ ଦେବାଶିଷ ମାନସିଂ ।

Leave a Reply

Your email address will not be published. Required fields are marked *