ଫ୍ରେବୁଆରୀ ୯ ତାରିଖ ରେ ଆୟୋଜିତ ହେବ ଶ୍ରୀ ଜଗନ୍ନାଥ ଚ୍ୟାରିଟେବଲ ଟ୍ରଷ୍ଟ ର ପ୍ରଥମ ବାର୍ଷିକ ଉତ୍ସବ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ପ୍ରଥମ ବାର୍ଷିକ ଉତ୍ସବ ପାଳନ କରିବାକୁ ଯାଉଛି କଟକ ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚ୍ୟାରିଟେବଲ ଟ୍ରଷ୍ଟ ! ଆସନ୍ତା ୯ ତାରିଖ ରବିଵାର ଦିନ କଟକ ସ୍ଥିତ ଇଷ୍ଟ କୋଷ୍ଟ ରେଲୱେ ଇନଷ୍ଟିଚ୍ୟୁଟ ଠାରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ତାର ପ୍ରଥମ ବାର୍ଷିକ ଉତ୍ସବ ପାଳନ କରିବାକୁ ଯାଉଥିବା ବେଳେ ଉଦ୍ଘାଟକ ଭାବେ କଟକ – ଚୌଦ୍ୱାର ର ପୂର୍ବତନ ବିଧାୟକ ଡ଼ ପ୍ରଭାତ ରଞ୍ଜନ ବିଶ୍ବାଳ , ସ୍ୱତନ୍ତ୍ର ଅତିଥି ଭାବେ କଟକ – ବାରବାଟୀ ର ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ଏବଂ ମୁଖ୍ୟ ଅତିଥି ଭାବେ ସ୍ତ୍ରୀ ରୋଗ ଓ ବନ୍ଧ୍ୟା ନିରାକରଣ ବିଶେଷଜ୍ଞ ଡାକ୍ତର ଅମରେନ୍ଦ୍ର ଦାସ ଯୋଗଦେବା ପାଇଁ ସଦୟ ସ୍ୱିକୃତୀ ପ୍ରଦାନ କରିଛନ୍ତି ! କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସମାଜସେବୀ ଯୁଧିଷ୍ଠିର ଖଟୁଆ, ସମ୍ମାନିତ ବକ୍ତା ଭାବେ ବରିଷ୍ଠ ସମାଜସେବୀ ବୁଧେଶ୍ଵର ପ୍ରସାଦ ଯାଦବ, ଉତ୍ତମ ବେହେରା, ସମ୍ମାନିତ ଅତିଥି ଭାବେ ପ୍ରଫେସର ସ୍ମିତା ମହାପାତ୍ର , ଡ଼ଃ ଶ୍ରୀମତି ପ୍ରିୟଦର୍ଶିନୀ ରଥ , ସଞ୍ଜୟ କୁମାର ଠାକୁର, ପ୍ରଦୀପ ବେହେରା, ବଟକୃଷ୍ଣ ସାହୁ ଆଦି ବରିଷ୍ଠ ସମାଜସେବୀ ମଞ୍ଚାସୀନ ହେବା ପାଇଁ ସହମତି ପ୍ରଦାନ କରିଛନ୍ତି । ରାଜ୍ୟ ସ୍ତରୀୟ ସଂଗଠନର ଶତାଧିକ ସମାଜିକ କର୍ମୀ , ଅନୁଷ୍ଠାନ ମାନଙ୍କୁ ନିଃସ୍ଵାର୍ଥପର ସେବା ନିମିତ୍ତ ସମ୍ବର୍ଦ୍ଧିତ କରାଯିବ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସଭାପତି ଦେବାଶିଷ ସାହୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *