ଭାଗବତ ଗୋସାଇଁ ପୀଠରେ ଓଡ଼ିଶାର ସର୍ବ ବୃହତ କଳସଯାତ୍ରା !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ରେ ଓଡ଼ିଶାର ସର୍ବ ବୃହତ କଳସଯାତ୍ରା । କଟକ ଜିଲ୍ଲାର ଡମପଡା ବ୍ଲକ ଅନ୍ତର୍ଗତ ବିଲିପଡା ପଞ୍ଚାୟତ ସ୍ଥିତ ମହିମାମୟ ଠାକୁର ପ୍ରଭୁ ଭାଗବତ ଗୋସାଇଁ ପୀଠରେ ମାଘ ସପ୍ତମୀ ରେ ଆରମ୍ଭ ହୋଇଛି ମହାଯଜ୍ଞ ! ଏହି ଅବସରରେ ହଜାର ହଜାର ଶ୍ରଦ୍ଧାଳୁ , ମାନସିକଧାରୀ ନିଜର ମନସ୍କାମନା ପୁରଣ କରିବା ନିମନ୍ତେ ମହାନଦୀ ର ରେଣୁକା ଘାଟରୁ କଳସୀ ଧରି ପ୍ରଭୁଙ୍କ ପିଠ କୁ ଯାଇଥାନ୍ତି । ଆଜି ଭୋର ୪ଟା ଠାରୁ ଆରମ୍ଭ ହୋଇଥିବା ଏହି କଳସଯାତ୍ରା ରେ ପ୍ରାୟ ପାଞ୍ଚ ହଜାର ଭକ୍ତ ଙ୍କ ସମାଗମ ହୋଇଥିଲା । କିଛି ମାନସିକ ଧାରି ରାସ୍ତାରେ ଗଡି ଗଡି ପ୍ରଭୁ ଚକ୍ରପାଣିଙ୍କ ନିକଟକୁ ଆସିଛନ୍ତି । ବିଶ୍ୱାସ ରହିଛି ଏଠାରେ ମାନସିକ କରି କଳସି ଧରିଲେ ଅପୁତ୍ରିକ ପୁତ୍ର ପ୍ରାପ୍ତି ହୁଏ , ସକଳ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ବିଶେଷ କରି ଏଠାରେ ମିଥ୍ୟା ନିୟମ କଲେ ସଙ୍ଗେ ସଙ୍ଗେ ସେହି ବ୍ୟକ୍ତି ଅନ୍ଧ ହୋଇଥାଏ , ଅବା ମୃତ୍ୟୁ ବରଣ କରିଥାଏ । ମାଘମାସ ସପ୍ତମୀ ଠାରୁ ଆରମ୍ଭ ହୋଇ ଏହି ଯାତ୍ରା ଛଅ ଦିନ ଧରି ହୋଇଥାଏ । ଆସନ୍ତା ବାର ତାରିଖରେ ଏହି ମହାଯଜ୍ଞ ର ପୂର୍ଣ୍ଣାହୁତୀ ହେବା ସହିତ ପ୍ରାୟ କୋଡିଏ ହଜାର ଭକ୍ତଙ୍କ ସମାଗମ ହୋଇ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିବା ଆୟୋଜନ କମିଟି ର ସଦସ୍ୟ କହିଛନ୍ତି । ଏହି ପିଠିକୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଅନେକ ଭକ୍ତ ଏହି ସମୟରେ ଆସିଥାନ୍ତି ନିଜର ମଙ୍ଗଳ ମନାସିବା ପାଇଁ । ଆଜକୁ ପ୍ରାୟ ଅଠର ବର୍ଷ ଧରି ଏହି କଳସଯାତ୍ରା ହୋଇ ଆସୁଛି ।

Leave a Reply

Your email address will not be published. Required fields are marked *