ଡେରାବିଶରେ ବ୍ଲକ ସ୍ତରୀୟ ଭୀମ ଭୋଇ ସାମର୍ଥ୍ୟ ଶିବିର : ବ୍ୟାପକ ଅବ୍ୟବସ୍ଥା ନେଇ ଅସନ୍ତୋଷ !!!

0
35
Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଅବ୍ୟବସ୍ଥା ରେ ଭିନ୍ନ କ୍ଷମ ଶିବିର । ଡେରାବିଶରେ ବ୍ଲକ ସ୍ତରୀୟ ଭୀମ ଭୋଇ ସାମର୍ଥ୍ୟ ଶିବିର ଆୟୋଜନ ହୋଇ ଯାଇଥିବା ବେଳେ ଭିନ୍ନକ୍ଷମଙ୍କ ପାଇଁ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଭିନକ୍ଷମ ମାନେ ବିଭିନ୍ନ ବିଭାଗୀୟ ଡାକ୍ତର ଓ ଅଧିକାରୀଙ୍କୁ ନିଜ ସ୍ୱାସ୍ଥ୍ୟ ଅବସ୍ଥା ଦେଖାଇବାକୁ ଆସିଥିବା ବେଳେ ସଠିକ ସୁବିଧା ନ ପାଇଁ ହନ୍ତସନ୍ତ ହୋଇଥିଲେ ! ହୁଇଲଚେୟାର ଅଭାବରୁ ଭିନ୍ନକ୍ଷମ ରୋଗୀ ବ୍ଲକର ଗେଟ ସମ୍ମୁଖରୁ ଡାକ୍ତର ଙ୍କ ପାଖକୁ ଯିବାକୁ ଅସମର୍ଥ ହୋଇ ଦୀର୍ଘ ସମୟ ଅପେକ୍ଷା କରିଥିଲେ । ସେହିପରି ଗୋଡ଼ ହାତ ନଥିବା ଅନେକ ଭିନ୍ନକ୍ଷମ ଓ ପକ୍ଷାଘାତ ରୋଗୀ ମାନେ ଠିଆ ହେବାକୁ ଅସମର୍ଥ ଥାଇ ମଧ୍ୟ ଟିକେଟ କରି ଧାଡିରେ ଠିଆ ହୋଇ ନିଜ ନିଜ ଅସନ୍ତୋଷ ଜାହିର କରିଥିଲେ । ପର୍ଯ୍ୟାପ୍ତ ସୁବିଧା ନ ଦେଇ ଭିନ୍ନକ୍ଷମ ମାନଙ୍କୁ ପ୍ରଶାସନ ଅଣଦେଖା କରୁଥିବା ଦେଖିବlକୁ ମିଳିଥିଲା । ସୁବିଧା ପାଇବା ପାଈଁ ପର୍ଯ୍ୟାପ୍ତ କର୍ମଚାରୀ ନିୟୋଜିତ ହୋଇନଥିବା ଦେଖିଵାକୁ ମିଳିଛି ।ଏ ନେଇ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଅଧିକାରୀ ସେମାନଙ୍କ କଥା କୁ ଗୁରୁତ୍ୱ ଦେଇ ନଥିଲେ ! ଭିନ୍ନ କ୍ଷମ ମାନେ କଷ୍ଟ କରି ଦୀର୍ଘ ଘଣ୍ଟା ଧରି ଠିଆ ହେବା ଏକ ଅଭାବନୀୟ ଘଟଣା ବୋଲି ଚର୍ଚ୍ଚା ହେଉଛି ।

Leave a reply

  • Default Comments (0)
  • Facebook Comments
Please enter your comment!
Please enter your name here