ବାଙ୍କୀ ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ୨୦୦୦ ମସିହା ମ୍ୟାଟ୍ରିକ ବ୍ୟାଚ୍ ର ବନ୍ଧୁ ମିଳନ ! ଦୀର୍ଘ ପଚିଶ ବର୍ଷ ପରେ ଏକାଠି ହେଲେ ବରେନ୍ଦ୍ର କୃଷ୍ଣ ବିଦ୍ୟାପିଠର ପୁରାତନ ଛାତ୍ର, ଏଥିରେ ସ୍ଥାନୀୟ ପିଲା ମାନଙ୍କ ସହ ବିଭିନ୍ନ ଜିଲ୍ଲାରେ ରହୁଥିବା ଅନେକ ସାଙ୍ଗ ଏକତ୍ରିତ ହୋଇ ନିଜର ପରିଚୟ ସହିତ ବୃତ୍ତି ବାବଦରେ ଆଲୋଚନା କରିଥିଲେ ! ଆଗାମୀ ବର୍ଷ ଏହି ବନ୍ଧୁ ମିଳନ କାର୍ଯ୍ୟ ଆହୁରି ଧୁମଧାମରେ ହେବ ବୋଲି ନିଷ୍ପତ୍ତି ନେଇଥିଲେ । ଏହାକୁ ଅନନ୍ତ ରଣା, ସୁଶାନ୍ତ ପରିଡା, ବିଜୟ ସାହୁ, ଅମରେନ୍ଦ୍ର ମହାପାତ୍ର, ରଞ୍ଜିତ ପ୍ରଧାନ, ପ୍ରଶାନ୍ତ କୁମାର ରଣା, ଚନ୍ଦ୍ରମଣୀ ବେହେରା, ସୁଧାଂଶୁ ଶେଖର ମହାରଣା ପ୍ରମୁଖ ଉପସ୍ଥିତ ରହି ବନ୍ଧୁମିଳନ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।
୨୦୦୦ ମସିହା ମ୍ୟାଟ୍ରିକ ବ୍ୟାଚ୍ ର ବନ୍ଧୁ ମିଳନ !!!

