ଆଠଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଆଠଗଡ ସେଵା ଫାଉଣ୍ଡେସନ ତରଫରୁ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ଙ୍କୁ ପ୍ରାତଃ ଭୋଜନ ପରିବେଷଣ । ସମଗ୍ର ଓଡ଼ିଶା ସେବା ଅଭିଯାନ ରେ ସାମିଲ୍ ହୋଇଥିବା ଆଠଗଡ଼ ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଆଠଗଡ଼ ସେବା ଫାଉଣ୍ଡେସନ ତରଫ ରୁ ସଂଗଠନ ର ସଭାପତି ଶ୍ରୀମତି ରଞ୍ଜିତା ଭକ୍ତା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ତଥା ସମ୍ପର୍କୀୟ ମାନଙ୍କୁ ପ୍ରାତଃ ଭୋଜନ ପରିବେଷଣ କରାଯାଇଛି । ସମଗ୍ର ଓଡ଼ିଶା ସେବା ଅଭିଯାନ ର ମୁଖ୍ୟ ସଚେତକ ବିଭୁ ପ୍ରସାଦ ଶତପଥୀ ଙ୍କ ଉପସ୍ଥିତି ରେ ଫାଉଣ୍ଡେସନ ର ସମସ୍ତ କର୍ମକର୍ତ୍ତା, ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ , ଜନ ମଙ୍ଗଳ ରାସୋଳ ସଂଗଠନ ତଥା ପଞ୍ଚସଖା ଫାଉଣ୍ଡେସନ ର କର୍ମକର୍ତ୍ତା ଓ ଆଞ୍ଚଳିକ ସ୍ତର ରେ ସ୍ଵେଚ୍ଛାସେବୀ ଭାଇ ଭଉଣୀ ମାନେ ସହଯୋଗ ପ୍ରଦାନ କରିଥିଲେ । ଅନ୍ନଦାନ ମହାପୂଣ୍ୟ ଆହ୍ବାନ ର ଓଡ଼ିଶା ଆବାହକ ଶ୍ରୀମତି ରଞ୍ଜିତା ଭକ୍ତା ଆଗାମୀ ଦିନରେ ସମସ୍ତ ରୋଗୀ ଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯିବା ସହିତ ରାଜ୍ୟ ବ୍ୟାପୀ ଅନ୍ନଦାନ କୁ ବ୍ୟାପକ କରିବା ପାଇଁ ସମସ୍ତ ସାମାଜିକ କର୍ମୀ ତଥା ସାମାଜିକ ଅନୁଷ୍ଠାନ ମାନଙ୍କୁ ଅନୁରୋଧ ରଖିଛନ୍ତି ।
ଆଠଗଡ ସେଵା ଫାଉଣ୍ଡେସନ ତରଫରୁ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ଙ୍କୁ ପ୍ରାତଃ ଭୋଜନ ପରିବେଷଣ !!!

