ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବୈଦେଶ୍ଵର ଥାନାକୁ ନେଇ ଡିଜିଟାଲ ମିଡ଼ିଆ ରେ ଆସୁଛି ଦୁଇ ପ୍ରକାର ଖବର , କେବେ ଆସୁଛି – ବୈଦେଶ୍ଵର ପୁଲିସ କୁ ମିଳିଲା ସଫଳତା , ତ ଆଉ କେବେ ଆସୁଛି – ବୈଦେଶ୍ୱର ପୋଲିସ ସାଜିଛି ନୀରବଦ୍ରଷ୍ଟା ! ଗତ ଏକ ମାସ ମଧ୍ୟରେ ଘଟୁଛି ଏମିତି କିଛି ଘଟଣା ! କିଛି ମାସ ପୂର୍ବରୁ ବଳଭଦ୍ରପୁର ଗ୍ରାମରେ ଘଟିଥିବା ସିରିଜ ଚୋରୀ ଘଟଣାର ଅଭିଯୁକ୍ତ ଗିରଫ ହେବା ପରେ ନୂତନ ଭାବରେ ଯୋଗ ଦେଇଥିବା ଆଇଆଇସି ଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ ଗଣମାଧ୍ୟମ ! ତେବେ ଥାନା ଅନ୍ତର୍ଗତ ପୁଇଁଚିଆ ଗ୍ରାମ ପଞ୍ଚାୟତ ଗହୀରଗାଡିଆ ଗ୍ରାମର ଦୁଇ ଦୁଇଟି ଘରୁ କବାଟ ଭାଙ୍ଗି ଏକ ସାଙ୍ଗରେ ଲକ୍ଷ୍ୟାଧିକ ଟଙ୍କାର ସୁନା ଗହଣା ସମେତ ନଗଦ ଅର୍ଥ ଲୁଟି ନେଇଛନ୍ତି ଚୋର । ଖବର ପାଇ ଘଟଣା ସ୍ଥଳରେ ପୋଲିସ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ସୁଦ୍ଧା ଚୋରର କୌଣସି ସନ୍ଧାନ ପାଇ ପାରୁନାହାଁନ୍ତି ।