ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ସ୍ଥିତ ସଡ଼କପଡା ଠାରେ ଆସନ୍ତା ତା ୦୬.୦୪.୨୦୨୫ ଠାରୁ ତା ୦୯.୦୪.୨୦୨୫ ରିଖ ପର୍ଯ୍ୟନ୍ତ ଚାରି ଦିନ ବ୍ୟାପି ଚବିଶ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହେବା ସକାଶେ ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷକୁ ଧରି ୩୦ ବର୍ଷ ହେଲା ସଡକପଡା ଠାରେ ଏଭଳି ୨୪ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇ ଆସୁଥିବା ବେଳେ, ଚଳିତ ବର୍ଷ ସଡକପଡା ବାସିନ୍ଦା ଏକ ପ୍ରସ୍ତୁତି ବୈଠକ ବସି କିଭଳି ଭାବେ ଶାନ୍ତି ଶୃଙ୍ଖଳା ସହ ଚବିଶ ପ୍ରହରୀ ନାମଯଜ୍ଞ ସୁଚାରୁ ରୁପେ ସମ୍ପାଦାନ କରାଯିବ ସେନେଇ ଆଲୋଚନା କରିଛନ୍ତି । ୨୦୨୫ବର୍ଷ ପାଇଁ ସର୍ବ ସମ୍ମତି କ୍ରମେ ଏକ କମିଟି ଚୟନ କରାଯାଇଛି । ଏହି କମିଟିର ସଭାପତି ଭାବେ କାଜୁ ପ୍ରଧାନ, ଉପ ସଭାପତି ଗୁପେନ୍ଦ୍ର ପ୍ରଧାନ, ସମ୍ପାଦକ ଡୁଲାମଣି ସାହୁ, ଉପ ସଭାପତି ଘନସୁପକାରଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଥିବା ବେଳେ ନୀଳ ସାହୁ, ଦିଲିପ ସାହୁ, ଜୟଦେବ ମଟାରି, ନାରାୟଣ ନାୟକ, ଦୁଲହରି ସାହୁ, ତରଣୀ ସାହୁ, ଗିତୁ ମହାକୁର, ଶୁକଦେବ ପ୍ରଧାନ, କୃଷ୍ଣ ସାହୁଙ୍କୁ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଛି ବୋଲି ନାମଯଜ୍ଞ କମିଟି ପକ୍ଷରୁ ପ୍ରକାଶ l
ଚାରିଦିନ ବ୍ୟାପି ଚବିଶ ପ୍ରହରୀ ନାମଯଜ୍ଞ ଆୟୋଜନ ପାଇଁ ପ୍ରାକ ପ୍ରସ୍ତୁତି ବୈଠକ !!!

