ମୁକୁଳା ନାଳରୁ ବିଜେଡ଼ି ଦୁର୍ନୀତି ର ଗନ୍ଧ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ସାଧାରଣ ନିର୍ବାଚନରେ ବିଜେଡି ବିପର୍ଯ୍ୟୟକୁ ବର୍ଷେ ପୁରିବ , ହେଲେ ଏଯାଏଁ ଥମୁନି ବିଜେଡିର ଦୁର୍ନୀତି ପ୍ରସଙ୍ଗ ! କର୍ପୋରେଟର ବିଜେଡି, ମେୟର ବିଜେଡି, ବିଧାୟକ ମଧ୍ୟ ବିଜେଡି, ହେଲେ ଲୋକଙ୍କ ସମସ୍ୟା ପ୍ରତି ସମସ୍ତଙ୍କ ଆଖିରେ ଅନ୍ଧପୁଟୁଳି.. ଶେଷରେ ଦଳରେ ଥାଇ ମଧ୍ୟ ମୁହଁ ଖୋଲିଲେ ସାମାଜିକ କର୍ମୀ.. କହିଲେ- ପ୍ରଥମେ ଲୋକଙ୍କ ସମସ୍ୟା ପରେ ରାଜନୀତି.. ଆଜିକାଲିର କି ମାସେ ଦୁଇମାସର ନୁହେଁ.. ବରଂ 2022 ମସିହାରୁ ଏ ସମସ୍ୟା.. ସମସ୍ୟା ବିଷୟରେ ସିଏମସି କମିଶନରଙ୍କ ସମେତ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଅବଗତ.. ଥାନାରେ ଏଫଆଇଆର ବି ଦିଆଗଲା.. ହେଲେ କାର୍ଯ୍ୟାନୁଷ୍ଠାନ ଶୂନ୍ୟ.. ଉନ୍ନତି ନାମରେ ରାଜସ୍ୱ ଲୁଟ.. ମାତ୍ର ଫଳ ହେଉଛି ମରଣ ମୁହଁରେ ସାଧାରଣ ଲୋକ ଓ ପଶୁ..! ଯେଉଁ କାମ ବିରୋଧୀ କରିବା କଥା ସେ କାମ ବର୍ତ୍ତମାନ ସାମାଜିକ କର୍ମୀ କରିଛନ୍ତି.. ପରିସ୍ଥିତି ଏଭଳି ଯେ ବିରୋଧୀଙ୍କ ମୁହଁରୁ ମଧ୍ୟ ବାଃ ବାଃ ଉଚ୍ଚାରଣ ହେଉଛି ! ଜନ ପ୍ରତିନିଧି ହୋଇ ଜାଣିପାରୁ ନାହାଁନ୍ତି ସମସ୍ୟା.. ଗଣମାଧ୍ୟମରେ ଖବର ପ୍ରସାରଣ ଭାଙ୍ଗୁଛି ନିଦ..  ରୌପ୍ୟ ନଗରୀର ହାର୍ଟ ଅଫ ସିଟିରେ କିଭଳି ରହିଛି ସିଏମସି ସେବା ଓ ବିଜେଡି ନେତାଙ୍କ ଦୁର୍ନୀତି ସେକଥା ସ୍ପଷ୍ଟ ବାରି ହେଉଛି ସ୍ଥାନୀୟ ଜନ ସାଧାରଣ ଓ କର୍ପୋରେଟରଙ୍କ ମୁହଁରୁ । ବିଜେଡି ବିପର୍ଯ୍ୟୟ ପରେ ଡବଲ ଇଞ୍ଜିନ ସରକାର ଶାସନ ପରିଚାଳନାକୁ ପ୍ରାୟ 8ମାସରୁ ଉର୍ଦ୍ଧ ସମୟ ହୋଇ ସାରିଛି। ହେଲେ ଏଯାଏଁ ସିଲଭର ସିଟି ଓ ସିଏମସି ଉପରେ ବିଜେଡି ଦବଦବା ଜାରି ରହିଛି। ଏଭଳି ସ୍ଥିତିରେ ଲୋକଙ୍କ ସମସ୍ୟା ସିଧାସଳଖ ଚ୍ୟାଲେଞ୍ଜ କେଉଛି ସାଂସଦ ଭର୍ତ୍ତୃହରିଙ୍କ କାର୍ଯ୍ୟ ଦକ୍ଷତାକୁ।

Leave a Reply

Your email address will not be published. Required fields are marked *