ବୈଦେଶ୍ଵର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ବୈଦେଶ୍ଵର ପୋଲିସକୁ ମିଳିଲା ସଫଳତା , ଉଦ୍ଧାର ହେଲେ ଗୋମାତା ! ଗୋ ଚାଲାଣ କରିବାର ଏକ ନୂଆ ତରିକା ଦେଖିବାକୁ ମିଳିଛି ବୈଦେଶ୍ଵର ଥାନା ଅନ୍ତର୍ଗତ ମହାନଦୀ ଭିତରେ ଥିବା ଗ୍ରାମ ସାଆଁପୁର ରେ ! ଏହି ସ୍ଥାନରେ ମହାନଦୀ ର ପାଣି ବହୁତ କମ ଗଭୀର ଥିବା ସୁଯୋଗ ନେଇ ତିଗିରିଆ ର କରଡ଼ାପଲ୍ଲୀକୁ ହେଉଛି ଚୋରା ଚଲାଣ ! ଏଭଳି ଗୋଚାଲାଣକାରୀ ଗୋ ମାଫିଆ ଙ୍କ କବଳରୁ ବୈଦେଶ୍ଵର ଥାନା ଆଇଆଇସି ସଞ୍ଜୟ କୁମାର ଜେନା ଏବଂ ଗୋ ସୁରକ୍ଷା କମିଟି ର ସଦସ୍ୟ ଙ୍କ ଦ୍ଵାରା ରକ୍ଷା ହୋଇଛି ୮ ନିରୀହ ଗୋ ମାତାଙ୍କ ଜୀବନ ! ଟି ସେତୁରେ ବୈଦେଶ୍ଵର ଥାନା ଆଇଆଇସି ସଞ୍ଜୟ କୁମାର ଜେନା କଡା ପେଟ୍ରୋଲିଂ ଥିବାରୁ ଏପରି ଉପାୟ କରୁଛନ୍ତି ଗୋ ଚାଲାଣ କରୁଥିବା ଗୋ ମାଫିଆ ।
ମହାନଦୀ ଭିତର ଦେଇ ତିଗିରିଆ କୁ ଗୋଚାଲାଣ !!!

