ସମାଜସେବୀ ହେବତ ଏମିତି : ସମାଜ ସେବାରେ ପ୍ରକାଶ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : ସମାଜ ସେବାରେ ପ୍ରକାଶ । ସମାଜସେବୀ ହେବ ତ ଏମିତି l ରାସ୍ତା କଡରେ ଦୁର୍ଘଟଣା ର ଶିକାର ହୋଇଥିବା ଲୋକଟିଏ ହେଉ ବା ମେଡିକାଲ ବେଡ଼ରେ ସୋଇଥିବା ରୋଗି ଟିଏ ହେଉ , ଖବର ପାଉ ପାଉ କିଛି ସମୟ ଭିତରେ ପହଁଞ୍ଚିଯାନ୍ତି ଲୋକଙ୍କ ପାଖରେ l ହଁ ଦର୍ଶକ ବନ୍ଧୁ ଆମେ କହୁଛୁ କେନ୍ଦ୍ରାପଡ଼ା ଜିଲ୍ଲାର ଯୁବକ ପ୍ରକାଶ ନାୟକଙ୍କ କଥା ! ଖାଲି ଜିଲ୍ଲା ନୁହେଁ ବରଂ ସାରା ଓଡ଼ିଶାରେ ଲୋକଙ୍କୁ ସାହାଯ୍ୟ କରି ବେଶ ପ୍ରଶଂସା ର ପାତ୍ର ହୋଇ ପାରିଛନ୍ତି କେନ୍ଦ୍ରାପଡ଼ାର ଯୁବ ସମାଜସେବୀ ପ୍ରକାଶ ନାୟକ l ବାହାଘର ହେଉ ବା ବ୍ରତ ଘର ସମସ୍ତଙ୍କ ପାଖରେ ସବୁବେଳେ ଛିଡା ହୋଇ ଗରିବ ଦୁଃଖୀ ରଙ୍କିଙ୍କୁ ସାହାଯ୍ୟ କରିବା ଏବଂ କୁନି କୁନି ପିଲାଙ୍କୁ ସାହାଯ୍ୟ କରିବା , ସେ ଯେମିତି ନିଜର ବ୍ରତ ବୋଲି ଭାବି ନେଇଛନ୍ତି l ସେ ଏଭଳି କାର୍ଯ୍ୟ ପାଇଁ ରାଜ୍ୟପାଳଙ୍କ ପାଖରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି !

Leave a Reply

Your email address will not be published. Required fields are marked *