ଡୁଙ୍ଗୁରିପାଲି ଗ୍ରାମରେ ଚାଲିଥିବା ଚବିଶ ପ୍ରହରୀ ନାମଯଜ୍ଞ ଉଦଯାପିତ !!!

Spread the love

ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ମିଠାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମରେ ଚାଲିଥିବା ଚବିଶ ପ୍ରହରୀ ନାମଯଜ୍ଞ ଉଦଯାପିତ ହୋଇଯାଇଛି । ଡୁଙ୍ଗୁରିପାଲି ଗ୍ରାମରେ ଅନୁଷ୍ଠିତ ନାମଯଜ୍ଞର ଏକ ଅନନ୍ୟ ପରମ୍ପରା ଓ ଭାଇଚାରା ରହିଛି । ଏହି ନାମଯଜ୍ଞରେ ଗ୍ରାମର ହିନ୍ଦୁ ଭାଇ ଭଉଣୀ ମାନଙ୍କ ସହ ମୁସଲମାନ ଭାଇ ମାନେ ମଧ୍ୟ ଅଂଶ ଗ୍ରହଣ କରିବା ସହ ମୁଖ୍ୟ ଭୂମିକା ମଧ୍ୟ ଗ୍ରହଣ କରିଥାନ୍ତି । ଗତ ଗୁରୁବାର ଦିନ ସକାଳେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଦିନ ବାର ଟା ରୁ କଲି ଯୁଗର ମହମନ୍ତ୍ର ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ ଜପ ଆରମ୍ଭ ହୋଇଥିଲା । ରବିବାର ଦିନ ବାରଟା ସମୟରେ ନାମଯଜ୍ଞର ପୂର୍ଣ୍ଣାହୁତି ପଡ଼ିଥିଲା । ଏହି ନାମଯଜ୍ଞରେ ରମେଶ ସାହୁ ଓ ତାଙ୍କ ସହଧର୍ମିଣୀ ସୁସିକା ସାହୁ କର୍ତ୍ତା ଦାୟିତ୍ଵ ତୁଲାଇ ଥିବା ବେଳେ ପଣ୍ଡିତ ମିତ୍ରଭାନୁ ଦେବତା ପୂଜାକାର୍ଯ୍ୟ ସମ୍ପାଦନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଗ୍ରାମର ସଭାପତି କନ୍ଧର୍ପ ମାହର , ଉପ ସଭାପତି ନବୀନ ଚନ୍ଦ୍ର ନାୟକ ଓ ସମ୍ପାଦକ ଆନନ୍ଦ ରାମ ଡନସନା ପ୍ରମୁଖ ପରିଚାଳନା କରିଥିଲେ । ଏହି ନାମଯଜ୍ଞରେ ଡୁଙ୍ଗୁରିପାଲି ଗ୍ରାମର ମହିଳା ଓ ପୁରୁଷ ସଂକୀର୍ତ୍ତନ ଦଳ ସହ ଦୂରଦୂରାନ୍ତର ରୁ ୧୨ ଗୋଟି ବାର ଗୋଟି ସଂକୀର୍ତ୍ତନ ଦଳ ଅଂଶ ଗ୍ରହଣ କରିଥିଲେ । ନାମଯଜ୍ଞ ସମାପ୍ତ ହେବା ପରେ ବୈଠକି କୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଅବସରପ୍ରାପ୍ତ ଶିକ୍ଷକ ଗିରିଶ ଚନ୍ଦ୍ର ନାୟକ ଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିବା ବେଳେ ସମସ୍ତ ଦଳ ନିଜ ନିଜ କଳା ପ୍ରଦର୍ଶନ କରିଥିଲେ । ଡୁଙ୍ଗୁରିପାଲି ଗ୍ରାମର ବୁଲୁ ନାୟକ , ଅଲତାପ ମହମ୍ମଦ ,ଗୋଲାପ ପାଣ୍ଡେ ଓ ସିକନ୍ଦର ଗୀଙ୍ଗରା ପ୍ରମୁଖ ଙ୍କ ସହ ଗ୍ରାମର ସମସ୍ତ ଗ୍ରାମବାସୀ ମିଶି ସମସ୍ତ କାର୍ଯ୍ୟ ତୁଲାଇଥିଲେ ।

Leave a Reply

Your email address will not be published. Required fields are marked *