ରାତି ଅଧରେ ଘରେ ପଶି କଳା କନା ବୁଲାଇଲେ ଦୁର୍ବୁତ୍ତ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ରାତି ଅଧରେ ଘରେ ପଶି ତାଲା ଭାଙ୍ଗି ଲୁଟିନେଲେ ଟଙ୍କା ସହ ସୁନା ଅଳଙ୍କାର ! କଟକ ଜିଲ୍ଲା ବଡମ୍ବା ଥାନା ଅଧୀନ ଗୋପୀନାଥପୁର ପଞ୍ଚାୟତ ଚଣ୍ଡୀମଙ୍ଗଳ ଗ୍ରାମରେ ଘଟିଛି ଏପରି ଘଟଣା । ଗ୍ରାମର ଗୋବର୍ଦ୍ଧନ ବସ୍ତି ସବୁ ଦିନ ପରି ଗତ କାଲି ରାତିରେ ଖାଇପିଇ ସାରି ପାଖ ଘରେ ତାଲା ପକାଇ ପାଖ ଘରେ ଶୋଇଥିଲେ । ସକାଳୁ ଉଠି ଦେଖିବାକୁ ପାଇଥିଲେ ଘର ତାଲା ଭଙ୍ଗା ଯାଇଛି , ଘରର ଜିନିଷ ପତ୍ର ଏଣେ ତେଣେ ପଡିଛି । ରାତି ରେ ଚୋର ମାନେ ଘରର ଦୁଇଟି ଟ୍ରଙ୍କ କୁ ଟେକି ନେଇ ବାଡି ପଟ ବିଲରେ ତାଲା ଭାଙ୍ଗି ଟଙ୍କା ପଇସା ଏବଂ ସୁନା ଅଳଙ୍କାର ନେଇ ଟ୍ରଙ୍କ ଛାଡି ପଳାଇଛନ୍ତି । ସୂଚନା ଥାଉକି ଗୋବର୍ଦ୍ଧନ ବସ୍ତି ଏକ ଜମି କିଣିବା ଲାଗି ପାଞ୍ଚ ଲକ୍ଷ ଟଙ୍କା ସହ ଘର ର ସୁନା ଅଳଙ୍କାର ଟ୍ରଙ୍କ ରେ ରଖିଥିଲେ ! ତେବେ ଚୋର ମାନେ ସମସ୍ତ ଟଙ୍କା ଓ ସୁନା ଅଳଙ୍କାର ଚୋରି କରିଥିବା ଗୋବର୍ଦ୍ଧନ ପ୍ରକାଶ କରିଛନ୍ତି ! ପରିବାର ପକ୍ଷରୁ ବଡମ୍ବା ଥାନା ରେ ଲିଖିତ ଅଭିଯୋଗ କରାଯିବା ପରେ ଘଟଣା ସ୍ଥଳରେ ବଡମ୍ବା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି !

Leave a Reply

Your email address will not be published. Required fields are marked *