ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ୍ ବିଶ୍ୱାସ : ପାରାଦୀପ ରେ ପି ଏନ୍ ଜି ଗ୍ୟାସ କର୍ମଶାଳା ! ପାରାଦୀପ ସମୁଦ୍ର କୂଳ ରେ ଭାରତ ପେଟ୍ରୋଲିୟମ ଦ୍ଵାରା ପି ଏନ୍ ଜି ଗ୍ୟାସ କିପରି ଭାବରେ ଘରେ ଘରେ ପହଞ୍ଚି ପାରିବ ସେ ନେଇ ଏକ ସଚେତନା ଓ ପ୍ରାକୃତିକ ଗ୍ୟାସ ର ଉପକାରିତା ସମ୍ପର୍କରେ ଅବଗତ କରାଇବା ପାଇଁ କର୍ମଶାଳା ଆୟୋଜିତ ହୋଇଯାଇଛି ! ଜଗତସିଂହପୁର ଜିଲ୍ଲା ର ବିଭିନ୍ନ ସ୍ଥାନ ରେ ଏହି କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଆଜି ପାରାଦୀପ ରେ ଏହାର ଶୁଭାରମ୍ଭ ହୋଇଛି ! ସ୍ଥାନୀୟ ପୌରଧକ୍ଷ ବସନ୍ତ କୁମାର ବିଶ୍ବାଳ ଙ୍କ ସହ ସୁବ୍ରତ ପ୍ରଧାନ, ଶଙ୍କର ନାରାୟଣ ଦାସ , ଉପେନ୍ଦ୍ର ନାଥ ସେଠୀ, ହେମନ୍ତ ପାଟିଲ ଉପସ୍ଥିତ ରହି ସଚେତନ କରିବା ସହ ଏକ ଭ୍ରାମ୍ୟମାଣ ରଥ କୁ ଜିଲ୍ଲା ରେ ସଚେତନତା କରିବା ପାଇଁ ପତାକା ଦେଖେଇ ଉନ୍ମୋଚନ କରିଥିଲେ ! ଏହି ପ୍ରକାର ବ୍ୟବସ୍ଥା କିପରି ଖୁବ୍ କମ୍ ସମୟ ମଧ୍ୟରେ ସମସ୍ତ ଙ୍କ ପାଖରେ ପହଞ୍ଚି ପାରିବ ସେ ନେଇ ଚେଷ୍ଟା ଜାରି ରଖିଛନ୍ତି ବୋଲି ନିଜ ନିଜ ଅଭିଭାଷଣ ରେ ପ୍ରକାଶ କରିଥିଲେ l
ପାରାଦୀପ ରେ ପି ଏନ୍ ଜି ଗ୍ୟାସ କର୍ମଶାଳା !!!

