ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଅକ୍ଷୟ ତୃତୀୟା ଅବସରରେ ରଥ କାଠର ଅନୁକୂଳ ହୋଇଯାଇଛି।ଜଗନ୍ନାଥ ସଂସ୍କୃତି ଓ ଗଜପତିର ରାଜକୀୟ ପରମ୍ପରା ଅନୁଯାୟୀ ରାଜପୁରୋହିତଙ୍କ ଦ୍ଵାରା ପୂଜା ଅର୍ଚ୍ଚନା ଓ ହୋମ ହୋଇ ମହାପ୍ରଭୁ ଜଗନ୍ନାଥଙ୍କ ଠାରୁ ଆଜ୍ଞା ମାଳ ନେଇ ରାଜ ମହାରଣାଙ୍କ ଦ୍ବାରା ରଥ କାଠର ଅନୁକୂଳ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଦୁର୍ଗା ମାଧବ ପାଣିଗ୍ରାହୀ, ରାଜ୍ ପୁରହିତ କାମଦେବ, ଅଶୋକ ମହାରଣା,ଶୁଦ୍ଧି ରଞ୍ଜନ ମହାପାତ୍ର,ବସନ୍ତ ପଣ୍ଡା,ପ୍ରଣୋଜ ପଟ୍ଟନାୟକ, ରଥଯାତ୍ରା କମିଟି, ଜଗନ୍ନାଥ ସେବାଦଳଙ୍କ ସମେତ ବହୁ ଭକ୍ତ ଉପସ୍ଥିତ ଥିଲେ।ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।
ଅକ୍ଷୟ ତୃତୀୟାରେ ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରଥ କାଠର ଅନୁକୂଳ !!!

