ଶ୍ରୀ ଶ୍ରୀ ନୃସିଂହନା ନୃସିଂହନାଥ ମହାପ୍ରଭୁଙ୍କ ଠାରେ ଲାଗିହେଲା ପଖାଳ ଭୋଗ !!!

Spread the love

ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ପଶ୍ଚିମ ଓଡ଼ିଶାର ପ୍ରାଚୀନ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଠାରେ ବୁଧବାର ଅପରାହ୍ନ ୪ ଟାରେ ପଖାଳ ଭୋଗ ଲାଗି କରାଯାଇଛି । ଗ୍ରୀଷ୍ମପ୍ରବାହ ସମୟରେ ଅତ୍ୟଧିକ ଉତ୍ତାପ ହେତୁ ଭଗବାନ ନୃସିଂହ ଠାକୁରଙ୍କୁ ଅସହ୍ୟ ଗରମ ଅନୁଭୂତ ହୋଇଥାଏ । ଲୋକେ ଯେପରି ଗ୍ରୀଷ୍ମ କାଳରେ ଅତ୍ୟଧିକ ଉତ୍ତାପ ଯୋଗୁ ପଖାଳକୁ ଖାଦ୍ୟ ରୂପେ ଗ୍ରହଣ କରିଥାଆନ୍ତି , ସେପରି ଭଗବାନଙ୍କୁ ମଧ୍ୟ ଗ୍ରୀଷ୍ମ ପ୍ରବାହ ହେତୁ ମୁକ୍ତି ମିଳିବା ପାଇଁ ପଖାଳକୁ ଭୋଗ ରୂପେ ଅର୍ପଣ କରି ତାତିରୁ ମୁକ୍ତି କରାଯାଇଥାଏ । ଅତି ସରୁ ବାସନା ଚାଉଳରେ ତିଆରି ପଖାଳ ଓ ସେଥିରେ ଟେଭା ପତ୍ର, ଲେମ୍ବୁ, ଦହି ଆଦି ନାନା ପ୍ରକାର ବ୍ୟଞ୍ଜନ ସହ ପ୍ରସ୍ତୁତ ଭୋଗ ଲାଗି କରାଯାଇଥାଏ । ବୁଧବାର ଠାରୁ ଦୀର୍ଘ ୭ ଦିନ ଧରି ଅପରାହ୍ନରେ ମହାପ୍ରଭୂ ନୃସିଂହ ଠାକୁରଙ୍କୁ ପଖାଳ ଭୋଗ ଲାଗି କରାଯିବ । ଏହାପରେ ଲୋକଙ୍କୁ ବଣ୍ଟନ କରାଯିବ । ପଖାଳ ଭୋଗ ପାଇଁ ଦୂର ଦୁରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ମାନେ ଆସି ଭୋଗ ପାଇ ଆନନ୍ଦିତ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *