ଥମୁନି କଳାପଥର ସେବା ସମବାୟ ସମିତି ବିବାଦ : ବଢୁଛି ଅସନ୍ତୋଷ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ବିଜେଡି ସରକାର ସମୟରେ ଭିତିରିଆ ସାଲିସ କରି ସେବା ସମିତିରେ 2011 ମସିହାରେ ବ୍ୟାକ ଡୋର ନିଯୁକ୍ତି ପାଇଥିଲେ କଳାପଥର ଅଞ୍ଚଳର ବିଜେଡି ନେତାଙ୍କ ପୁଅ ! ତତ୍କାଳୀନ ବାଙ୍କୀ ବିଧାୟକ ଙ୍କ ପାଖରେ ନେତା ଜଣକ ଖୁବ ଅନୁଗତ ଥିବାରୁ ସବୁ କଥାକୁ ଆଖି ବୁଜି ଦେଇଥିଲେ ବିଭାଗୀୟ ଅଧିକାରୀ ! ସେବେଠାରୁ ଆରମ୍ଭ କରି ଏବେ ଯାଏଁ ଲମ୍ବିଛି ଦୁ ର୍ନୀତିର ଚେର ! ଅଭିଯୋଗ କରି କରି ଚାଷୀ , ହିତାଧିକାରୀ ହେଲେଣି ନୟାନ୍ତ ! ପରିସ୍ଥିତି ଅଣାୟତ୍ତ ହେବା ପରେ ଏବେ ଆଗକୁ ଆସିଛନ୍ତି କଳାପଥର ପଞ୍ଚାୟତର ଦୁଇ ରାଜନୈତିକ ବ୍ୟକ୍ତିତ୍ୱ ! ପୂର୍ବତନ ସରପଞ୍ଚ ଙ୍କ ସ୍ୱାମୀ ତଥା ବାଙ୍କୀ ବ୍ଲକ କଂଗ୍ରେସ ସଭାପତି ନରେଶ ସାହୁ ଏବଂ ଏବେର ସମିତି ସଭ୍ୟ ଙ୍କ ସ୍ୱାମୀ ଅକ୍ରୁର ରଣା ଉଠାଇଛନ୍ତି ପ୍ରତିବାଦର ସ୍ୱର !

Leave a Reply

Your email address will not be published. Required fields are marked *