ମୌଳିକ ସୁବିଧା ଯୋଗାଇ ଦେବା ଦାବିରେ ଅନଶନରେ ବସିଲେ ୱାର୍ଡ ନମ୍ବର 14 ସଞ୍ଜୟ ଗାନ୍ଧୀ କଲୋନୀ ବସ୍ତି ବାସିନ୍ଦା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପୌର ପରିଷଦ ଅଧିନସ୍ଥ 14 ନମ୍ବର ୱାର୍ଡ ସଞ୍ଜୟ ଗାନ୍ଧୀ କଲୋନୀର ବାସିନ୍ଦା ସାଧାରଣ ମୌଳିକ ଅଧିକାରରୁ ବଞ୍ଚିତ ଥିବାର ଅଭିଯୋଗ କରିଛନ୍ତି । ୱାର୍ଡ ରେ ପାଣି, ବିଜୁଳି , ରାସ୍ତା ଓ ଶୌଚାଳୟ ନଥିବାର ଅଭିଯୋଗ କରିଛନ୍ତି । ବସ୍ତି ସୁରକ୍ଷା ମଞ୍ଚର ଆବାହକ ସୁଜିତ ପ୍ରଧାନଙ୍କ ନେତୃତ୍ୱରେ ସେମାନଙ୍କ ସାଧାରଣ ମୌଳିକ ଦାବୀ ପୂରଣ ନ ହେବାରୁ ସେମାନେ କାଲି ପୌର ପରିଷଦ ସମ୍ମୁଖରେ ଧାରଣା ଦେଇଥିଲେ । ଦାବୀ ପୂରଣ ନ ହେବା ରୁ ଆଜି ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ଆମରଣ ଅନଶନରେ ବସି ଥିବାର ଦେଖିବାକୁ ମିଳିଛି । ସେମାନଙ୍କ ଅଭିଯୋଗ ହେଲା ଯେଉଁଠାରେ ବର୍ତ୍ତମାନ ଅଛନ୍ତି ସେଠାରେ ମୌଳିକ ସୁବିଧା ଦିଆଯାଉ ନଚେତ ଚିହ୍ନଟ କରାଯାଇଥିବା ସ୍ଥାନରେ ଭୂମି ଅଧିକାର ପ୍ରମାଣପତ୍ର ଦିଆଯାଉ ବୋଲି ବସ୍ତି ସୁରକ୍ଷା ମଞ୍ଚର ଆବାହକ ସୁଜିତ ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *