ମିଶନ ଶକ୍ତି କାଫେ ଉଦଘାଟିତ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ମିଶନ ଶକ୍ତି କାଫେ ଉଦଘାଟିତ ! ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ମିଶନ ଶକ୍ତି କାଫେ ଉପଜିଲ୍ଲାପାଳ ପ୍ରଭାସ କୁମାର ବେହୁରା ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି l ଏହି ମିଶନ ଶକ୍ତି କାଫେର ପରିଚାଳନା ଦାୟିତ୍ଵ ହିନ୍ଦୋଳ NAC ର ୧୨ ନମ୍ବର ୱାର୍ଡର ଶିବ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀକୁ ପ୍ରଦାନ କରାଯାଇଛି ଓ ଏହି ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ଵାରା ପ୍ରସ୍ତୁତ ହୋଇ ଥିବା ଜଳଖିଆ କୁ ଉପଜିଲ୍ଲାପାଳ ଓ ଉପଖଣ୍ଡ ମୁଖ୍ୟ ଚିକିତ୍ସା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ଖାଇଥିଲେ ! ଏହି SHG ଗ୍ରୁପ ଦ୍ଵାରା ମଧ୍ୟାହ୍ନ ଭୋଜନ ମଧ୍ୟ କରାଯାଇ ସୁଲଭ ମୂଲ୍ୟରେ ମିଶନ ଶକ୍ତି କାଫେରେ ଜନ ସାଧାରଣଙ୍କ ପାଇଁ ମିଳିବାର ବ୍ୟବସ୍ଥା କରାଯାଇଛି l ଏହି କାର୍ଯ୍ୟକ୍ରମରେ CDPO, BPM ଓ ମିଶନ ଶକ୍ତି ବ୍ଲକ ସଂଯୋଜକ ସଞ୍ଜୀବ କୁମାର ଜେନା ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *