ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବ୍ଲକ ଅନ୍ତର୍ଗତ ମାଧପୁର ଆଦର୍ଶ ବିଦ୍ୟାଳୟରେ ୯୦ ପ୍ରତିଶତ ନମ୍ବର ରଖି ଉତ୍ତିର୍ଣ୍ଣ ହେଲେ ସମ୍ବିତ କୁମାର ସାହୁ । ସୂଚନା ମୁତାବକ ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଇଜୁକେଶନ ର ଅନଲାଇନ୍ ଜରିଆରେ ପରୀକ୍ଷା ଫଳ ବାହାରିଥିବା ବେଳେ ସୁକିନ୍ଦା ବାସିନ୍ଦା ସୁରେଶ ଚନ୍ଦ୍ର ସାହୁଙ୍କ ସୁପୁତ୍ର ସମ୍ବିତ କୁମାର ସାହୁ ସର୍ବାଧିକ 90 ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ତାଙ୍କୁ ଶିକ୍ଷା ଅନୁଷ୍ଠାନ, କୋଚିଂ ସେଣ୍ଟର ଓ ଶୁଭେଛୁ ମାନେ ଶୁଭେଛା ଜଣାଇଛନ୍ତି । ଏନେଇ ସୁକିନ୍ଦା ସ୍ଥିତ ବାସ ଗୃହରେ ପ୍ରତିକ୍ରିୟା ପ୍ରକାଶ କରି ଛାତ୍ର ସମ୍ବିତ କୁମାର ସାହୁ ପରିବାର ବର୍ଗ , ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି ।
ମାଧପୁର ଆଦର୍ଶ ବିଦ୍ୟାଳୟରେ ୯୦ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହେଲେ ସମ୍ବିତ !!!

