ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଅନ୍ତର୍ଜାତୀୟ ମାଷ୍ଟର ଆଥଲେଟ୍ ବିଶିଷ୍ଟ କ୍ରୀଡ଼ାଵିତ୍ କିଶୋର ଚନ୍ଦ୍ର ରଥଙ୍କୁ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ସମ୍ବର୍ଦ୍ଧିତ କରାଯାଇଛି । ୱାଲଡ଼ ଚାରୀଟି ୱେଲଫର ଫାଉଣ୍ଡେସନ୍ ତରଫରୁ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ଓଡ଼ିଶା ଗୌରବ ସମ୍ମାନରେ ସମ୍ମାନିତ କରାଯାଇଛି । ଶ୍ରୀ ରଥ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଯୋଗ ଦେଇ କୃତିତ୍ବ ହାସଲ କରି ଦେଶ ଓ ରାଜ୍ୟକୁ ଗୌରବାନିତ୍ୱ କରିଥିବାରୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ମଞ୍ଚାସୀନ ଅତିଥି ମାନେ , କିଶୋର ଚନ୍ଦ୍ର ରଥ ଙ୍କ ଖେଳ ପ୍ରତି ଥିବା ନିଷ୍ଠା ଓ ପରିଶ୍ରମକୁ ପ୍ରଶଂସା କରିଛନ୍ତି। ଶ୍ରୀ ରଥଙ୍କୁ ଏଭଳି ସମ୍ବର୍ଦ୍ଧନା କରିଥିବାରୁ ଗଜପତି ଜିଲ୍ଲାର ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।
ଓଡ଼ିଶା ଗୌରବ ସମ୍ମାନରେ ସମ୍ମାନିତ ହେଲେ ବିଶିଷ୍ଟ କ୍ରୀଡ଼ାବିତ୍ କିଶୋର ଚନ୍ଦ୍ର ରଥ !!!

