ଯୁବକକୁ ଛୁରା ଓ ଖଣ୍ତାମାଡ ଘଟଣାରେ ୩ ଜଣଙ୍କୁ ଗିରଫ କଲା ପାଇକମାଳ ପୁଲିସ !!!

Spread the love

ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ପାଇକମାଳ କଲୋନୀପଡା ପଡା ନିକଟସ୍ଥ କେନାଲ ରାସ୍ତାରେ ଜନୈକ ଯୁବକକୁ ଛୁରା ଓ ଖଣ୍ତାମାଡ ଘଟଣାରେ ପାଇକମାଳ ପୁଲିସ ୩ ଜଣଙ୍କୁ ଗିରଫ କରି ପଦ୍ମପୁର କୋର୍ଟ କୁ ପଠାଇଛି । ଆଜି ଅପରାହ୍ନରେ ସମ୍ବଲପୁର ସାଇଣ୍ଟିଫିକ ଟିମର ବିଜୟଲକ୍ଷ୍ମୀ ତିର୍କୀ ଓ ତାଙ୍କ ସହ ପାଇକମାଳ ଥାନା ଅଧିକାରୀ କୈଳାସ ଚନ୍ଦ୍ର ପ୍ରଧାନ ଘଟଣା ସ୍ଥଳେ ପହଞ୍ଚି ୨ ଟି ଖଣ୍ତା ଓ ଗୋଟିଏ ଗାମୁଛା ଓ ରକ୍ତ ସାମ୍ପୁଲ ଜବତ କରିଥିଲେ । ଏନେଇ ପାଇକମାଳ ଥାନା କେସ ନଂ ୧୧୦ /୨୦୨୫ ଏବଂ ଦଫା ୧୨୬ (୨) ୧୧୫ (୨) ୧୧୮(୧) (୨) ୧୦୯ (୧) ୩ (୫) ୨୫/୨୭ ଆର୍ମ ଆକ୍ଟ ବିଏନଏସରେ ଅଭିଯୁକ୍ତ ପାଇକମାଳର ଦିନେଶ ରାଓ (୩୦) ପଦ୍ମନାଭ ଚାନ୍ଦ (୨୦) ସାଲେପାଲିର ଜନ୍ତୁ/ ନିଲୁ ତାଣ୍ତି (୨୦)ଙ୍କୁ ଗିରଫ କରାଯାଇ ପଦ୍ମପୁର କୋର୍ଟ କୁ ଚାଲଣ କରାଯାଇଛି । ପ୍ରକାଶ ଥାଉକି ମଙ୍ଗଳବାର ୭ ଟା ୩୦ ମିନିଟ ସମୟରେ କଲୋନୀପଡା ନିକଟସ୍ଥ କେନାଲ ରାସ୍ତାରେ କୋକନରା ଗ୍ରାମର ସୋନୁବାରିକ (୩୦) କୁ ପୂର୍ବ ଶତ୍ରୁତାକୁ ନେଇ କେତେଜଣ ଦୃର୍ବୁତ୍ତ ଆକ୍ରମଣ କରି ରକ୍ତାକ୍ତ ଅବସ୍ତାରେ ରାସ୍ତା କଡରେ ଥିବା ଶୁଖା କେନାଲରେ ପକାଇ ଦେଇଥିଲେ । ସେ ଗୁରୁତର ଅବସ୍ଥାରେ ପଡିଥିବା ଖବର ପରିବାର ଲୋକେ ପାଇବା ପରେ ସଙ୍ଗେ ସଙ୍ଗେ ଘଟଣା ସ୍ଥଳେ ପହଞ୍ଚି ପାଇକମାଳ ସରକାରୀ ଚିକିତ୍ସାଳୟକୁ ଆଣିଥିଲେ । ସେଠାରୁ ପଦ୍ମପୁର ଓ ପରେ ବୁର୍ଲାକୁ ସ୍ଥାନାତରିତ କରାଯାଇଛି । ତାର ସ୍ବାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ଉନ୍ନତି ହୋଇଥିବାର ଜଣାପଡିଛି ।

Leave a Reply

Your email address will not be published. Required fields are marked *