ବିନା ଲେବର ରେ ମେସିନ ଲଗାଇ ନାମକୁ ମାତ୍ର ଚାଞ୍ଛି ଚଳୁ କରିଦେଲେ ସରପଞ୍ଚ, ଜିଆରଏସ , ଯନ୍ତ୍ରୀ ଓ ଠିକାଦାର !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : କଂସରା ମନରେଗା କାମ ରେ ମହା ଦୁର୍ନୀତି l ବିନା ଲେବର ରେ ମେସିନ ଲଗାଇ ନାମକୁ ମାତ୍ର ଚାଞ୍ଛି ଚଳୁ କରିଦେଲେ ସରପଞ୍ଚ, ଯନ୍ତ୍ରୀ, ଠିକାଦାର ଓ GRS l ଏହିପରି ଏକ ମହା ଦୁର୍ନୀତି ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କଂସରା ପଞ୍ଚାୟତର କେନ୍ଦୁବନ୍ଧରେ l ଏହି ବନ୍ଧ ବିନା ସୂଚନା ଫଳକ ଓ ବିନା ଲେବର ରେ ମେସିନ ଦ୍ବାରା ନାମକୁ ମାତ୍ର ବନ୍ଧର ଠାଏ ଠାଏ ମାଟି ରାଂପି ସରପଞ୍ଚ ଓ ଠିକାଦାର ନିଜର କିଛି ଅନୁଗତ ଙ୍କୁ ଲେବର ସଜାଇ ତାଙ୍କ ଜବ କାର୍ଡ ରେ ଲେବର ଡିମାଣ୍ଡ ଦେଇ ଲକ୍ଷ ଲକ୍ଷ ଟଙ୍କା ଖାଇ ଦେଇଥିବା ଜଣାପଡ଼ିଛି l ଏହି ବନ୍ଧର ଅଟକଳ ମୂଲ୍ୟ ୯ ଲକ୍ଷ ଟଙ୍କା ଆର୍ଥିକ ବର୍ଷ ୨୦୨୨ / ୨୩ ଓ ଏହାର କାର୍ଯ୍ୟ କୋଡ 2407015017/WH/10493473 ଅଟେ ! ଏହା ବିନା ସୂଚନା ଫଳକ ରେ କାର୍ଯ୍ୟ କରାଯାଇଛି l ଏବଂ ଦୈନିକ ୪୬ ଜଣ ଲେବରଙ୍କ ନାମରେ ଡିମାଣ୍ଡ ଦେଇ ୨ ଲକ୍ଷ ୧୩ ହଜାର ୧୪୪ ଟଙ୍କା ତାଙ୍କ ଖାତାକୁ ପଠାଯାଇଥିବା ଜଣା ପଡିଛି l ଏହି ବନ୍ଧ ଖୋଳା ଅତି ନିମ୍ନ ମାନର , କାମ ବିଷୟରେ ଆମ ପ୍ରତିନିଧି କନିଷ୍ଠ ଯନ୍ତ୍ରୀ ଦିପାଞ୍ଜଳି ନାଏକ ଙ୍କୁ ଫୋନ ଯୋଗେ ଯୋଗା ଯୋଗ କରିଥିଲେ ମଧ୍ୟ ସେ ଜାଣି ଶୁଣି ଫୋନ୍ ଉଠାଇ ନଥିଲେ ! ଏହି ଯନ୍ତ୍ରୀ ଯେଉଁ ପଞ୍ଚାୟତ ଦାୟିତ୍ୱରେ ଅଛନ୍ତି ସେହି ପଞ୍ଚାୟତ ଗୁଡ଼ିକରେ ଦୁର୍ନୀତି ଦେଖିବାକୁ ମିଳିଛି l ତେଣୁ ଜଣା ଯାଇଛି କି ଯନ୍ତ୍ରୀ ,ସରପଞ୍ଚ,ଠିକାଦାର GRS ଠାରୁ APO ଓ ବିଡ଼ିଓ ସମସ୍ତଙ୍କ ପିସି ଭାଗ ବଣ୍ଟା ରେ ଚାଲିଛି ମନରେଗା କାମ l ନ ହେଲେ ବନ୍ଧ ଖୋଳା ନହୋଇ ବନ୍ଧର କିଛି କିଛି ଜାଗାରେ ମେଶିନରେ ନାମକୁ ମାତ୍ର ରାମ୍ପି ଅର୍ଥ ହରି ଲୁଟ କରାଯାଇଥିବା ଜଣା ଯାଇଛି l ଯନ୍ତ୍ରୀ କାହା ଛତ୍ର ଛାୟା ତଳେ ରହି କେଳାଙ୍କରି କରିବାକୁ ପଛାଉ ନାହାନ୍ତି ତାହା ସେ ହିଁ ଜାଣନ୍ତି l ତେଣୁ ଏହି ଯନ୍ତ୍ରୀ ମାତ୍ରାଧିକ ପିସି ରେ ବାଇଆ ହୋଇ କାମ ନ ହୋଇଥିବା କାର୍ଯ୍ୟକୁ ବିଲ କରିଥିବା ଜଣା ଯାଇଛି l ଦୁର୍ନୀତି ଖୋର୍ ଯନ୍ତ୍ରୀଙ୍କୁ ଏହି ବ୍ଲକ ରୁ ଅନ୍ୟତ୍ର ବଦଳି କରାଯିବା ପାଇଁ ଜନ ସାଧାରଣ ଦାବି କରିଛନ୍ତି l

Leave a Reply

Your email address will not be published. Required fields are marked *