ଢମଣାଗାଡ଼ିଆ ବାଲ୍ମୀକି ଛକ ନିକଟରେ ଶ୍ରମିକ ଓ ଚାଷୀ ସମାବେଶ ପ୍ରସ୍ତୁତି ବୈଠକ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାନଗଦି ବ୍ଲକ ଅଧିନସ୍ଥ ନଡ଼ିଆଭଙ୍ଗା ଗ୍ରାମପଞ୍ଚାୟତ ଢ଼ମଣାଗାଡିଆ ବାଲ୍ମୀକି ଛକ ନିକଟରେ ଶ୍ରମିକ ଓ ଚାଷୀ ସମାବେଶ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସୂଚନା ମୁତାବକ ସ୍ଥାନୀୟ ରେଙ୍ଗାଲି ରେ କାର୍ଯ୍ୟ ନିୟୋଜିତ ଶ୍ରମିକ ଓ ଜମି ହରେଇଥିବା ଚାଷୀ ମାନଙ୍କ ବିଭିନ୍ନ ଦାବୀ ନେଇ ବାଲ୍ମୀକି ଛକରେ ଏକ ଶ୍ରମିକ ଓ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ସରକାର ଓ ରେଙ୍ଗାଲି କାର୍ଯ୍ୟରେ ନିୟୋଜିତ ଠିକାଦାର ଯଦି ଦାବି ପୁରଣ ନକରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଶ୍ରମିକ ମାନେ ଗଣମାଧ୍ୟମରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *