ବୈଦ୍ୟେଶ୍ୱର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ବୈଦ୍ୟେଶ୍ୱର ପୁଲିସ ପେଟ୍ରୋଲିଙ୍ଗ ଗାଡିକୁ ପଥର ମାଡ଼ କରି ଜଣେ ଗିରଫ ! କଟକ ଜିଲ୍ଲା ବୈଦ୍ୟେଶ୍ୱର ଥାନା ପେଟ୍ରୋଲିଙ୍ଗ ଗାଡିକୁ ପଥର ମାଡ ଘଟଣା ରେ ଜନାର୍ଦ୍ଦନ ସାହୁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ! ଗିରଫ ଯୁବକ କାଳିପୋଇ ପଂଚାୟତ ର ଚଢେଇବନ୍ଧ ଗ୍ରାମ ର ବୋଲି ଆଇଆଇସି ସଞ୍ଜୟ କୁମାର ଜେନାଙ୍କ ସୂଚନା ଦେଇଛନ୍ତି ! ସୂଚନା ଥାଉକି କାଳିପୋଇ ପଂଚାୟତ ଚଡ଼େଇବନ୍ଧ ଗ୍ରାମରେ ବିଳମ୍ବିତ ରାତ୍ରିରେ ଡ୍ରାମା ଚାଲିଥିଲା ! ଡ୍ରାମା କୁ ଦୃଷ୍ଟି ରଖି ପୋଲିସ ପେଟ୍ରୋଲିଙ୍ଗ କରାଯାଇଥିବା ବେଳେ ହଠାତ ଜଣେ ଯୁବକ ପୋଲିସ ଭ୍ୟାନ ଗାଡି ଉପରକୁ ପଥର ମାରିଥିଲା , ଫଳ ରେ ପୋଲିସ ଭ୍ୟାନର ପଛ ପାର୍ଶ୍ଵ କାଚ ଭାଙ୍ଗି ଚୁରମାର ହୋଇ ଯାଇଥିଲା ! ଚଡ଼େଇବନ୍ଧ ଗାଁ ସବୁବେଳେ ରାଜନୈତିକ ମତଭେଦ କୁ ନେଇ ଉତ୍ତେଜନା ପ୍ରବଣ ସହ ସମ୍ବେଦନଶୀଳ ଅଂଚଳ ହୋଇଥିବାରୁ ଥାନାରୁ ଗ୍ରାମବାସୀ ସ୍ୱୀକୃତି ନନେଇ ନାଟକ ପରିବେଷଣ କରୁଥିଲେ ଯାହାକି ଆଇନ ବିରୁଦ୍ଧ ଅଟେ ! ଅଭିଯୁକ୍ତ ଗିରଫ ହେବା ପରେ 50ରୁ ଉର୍ଦ୍ଧ ଗ୍ରାମବାସୀ ଥାନାରେ ପହଁଚି ଗିରଫ ଜନାର୍ଦ୍ଧନ ସାହୁ ସପକ୍ଷରେ ସଫେଇ ଦେଇଥିଲେ ! ତେବେ ଗିରଫ ଯୁବକ ନାମରେ ପୂର୍ବରୁ ମାରପିଟ, ଗଣ୍ଡଗୋଳ, ଭଙ୍ଗାରୁଜା ସହ ଛୀନତାଇ ଭଳି 3 ଟି କେସ ଅଛି. ଭ୍ୟାନ ଉପରକୁ ପଥର ମାଡ଼ ଘଟଣା ରେ ଗିରଫ ଯୁବକକୁ କୋର୍ଟ ଚାଲାଣ କରିଛି ପୁଲିସ !
ବୈଦ୍ୟେଶ୍ୱର ପୁଲିସ ପେଟ୍ରୋଲିଙ୍ଗ ଗାଡିକୁ ପଥର ମାଡ଼ କରି ଜଣେ ଗିରଫ !!!

