ବରପାଲି ଶୀତଳ ଷଷ୍ଠୀ ଯାତ୍ରା : ହିମାଦ୍ରି ନଗର ରେ ବ୍ୟାପକ ପ୍ରସ୍ତୁତି !!!

Spread the love

ବରଗଡ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ବରଗଡ ଜିଲ୍ଲା ବରପାଲି ର ପ୍ରସିଦ୍ଧ ସର୍ବ ପୁରାତନ ୧୪୮ ତମ ଶୀତଳ ଷଷ୍ଠୀ ଯାତ୍ରା ରେ ଚଳିତ ବର୍ଷ ବରପାଲି ଭୁଲିଆ ସମାଜର ଶୈବ ଭକ୍ତ ଗଣ କନ୍ୟା ପକ୍ଷ ଦାୟିତ୍ଵ ନିର୍ବାହ କରୁଥିବାରୁ ଉତ୍ସାହ ଉଦ୍ଦୀପନା ର ସହ ଭୁଲିଆ ସମାଜର ସଭ୍ୟ ଗଣ ଦିନ ରାତି ଏକ କରି ସାଜ ସଜ୍ଜା ରେ ଲାଗିଛନ୍ତି । ଜାତୀୟ ରାଜପଥ କଡ ରେ ଥିବା ଭୁଲିଆ ସମାଜ କଲ୍ୟାଣ ମଣ୍ଡପ ଠାରେ ହିମାଦ୍ରି ନଗର ପାଇଁ ସୁଦୃଶ୍ୟ ତୋରଣ ନିର୍ମାଣ କାର୍ଯ୍ୟ ଜୋର୍ ସୋର ରେ ଚାଲି ଅନ୍ତିମ ପର୍ଯ୍ୟାୟ ରେ ପହଞ୍ଚିଛି । ହିମାଦ୍ରି ନଗର ମଣ୍ଡପ କୁ ଅଧିକ ଆକର୍ଷଣୀୟ କରିବା ପାଇଁ ଆଲୋକମାଳା ଲଗାଯାଉଛି । ଚଳିତ ବର୍ଷ ସଞ୍ଜୟ ମେହେର ଓ ସସ୍ମିତା ମେହେର କନ୍ୟା ପିତା ମାତା ର ଦାୟିତ୍ଵ ନିର୍ବାହ କରି ମାତା ପାର୍ବତୀ ଙ୍କୁ କନ୍ୟା ଦାନ କରିବେ । ଏହି ଅବସରରେ ମାତା ପାର୍ବତୀଙ୍କୁ ଜାନି ଯୌତୁକ ଭାବରେ ସୁନା,ରୂପା, ମାଁ ଙ୍କ ଆଭୂଷଣ ସମେତ ବିବାହରେ ଲାଗୁଥିବା ବିଭିନ୍ନ ସାମଗ୍ରୀ ମାନ ସାଜ ସଜ୍ଜା କରିଥିବାର ଦେଖିବାକୁ ମିଳିଛି । ଅନ୍ୟ ପକ୍ଷରେ ଯାତ୍ରା କୁ ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ହୀମାଦ୍ରି ନଗର ପାର୍ବତୀ ମଣ୍ଡପରେ ଅନୁଷ୍ଠିତ ହେବ । ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟରେ ୨୯ ତାରିଖ ରେ ଅର୍ଚ୍ଚନା ପାଢ଼ୀ ଙ୍କ ଅର୍କେଷ୍ଟ୍ରା , ୩୦ ତାରିଖ ରେ ଷ୍ଟାର ମେଲୋଡି ସହ ହାସ୍ୟାଭିନେତା ଯୋଗେଶ ଜୋଜୋ, ୩୧ ରେ ଉମାକାନ୍ତ ବାରିକ ଅର୍କେଷ୍ଟ୍ରା ପରିବେଷଣ କରିବେ । ଯାତ୍ରା ର ଅନ୍ୟତମ ମୁଖ୍ୟ ଶୋଭାଯାତ୍ରା କନ୍ୟା ବିଦାୟ ଶୋଭାଯାତ୍ରା ବା ଲମ୍ବାନି ଶୋଭାଯାତ୍ରା କୁହାଯାଏ , ଯାହାକି ୧ ତାରିଖ ଅପରାହ୍ନ ୪ ଟା ରେ ହୀମାଦ୍ରୀ ନଗର ରୁ ବାହାରି ନଗର ପରିକ୍ରମା କରି ରାଜବାଟି ସ୍ଥିତ ଭଣ୍ଡାର ଗୃହ କୁ ଯିବ । ଏହି ଶୋଭାଯାତ୍ରା କୁ ଆକର୍ଷଣୀୟ କରିବା ପାଇଁ ଦୂଲ୍ ଦୁଲି ବାଦ୍ୟ, ଘଣ୍ଟ ବାଦ୍ୟ, ଡି ଜେ, ଟାମା କୁଡୁ , ଘୁମୁରା ନୃତ୍ୟ, କସ୍ତାଲ ଏବଂ କଳାହାଣ୍ଡି ର ମା ମେଲୋଡି ଦଳ ଏହି ଶୋଭାଯାତ୍ରା ରେ ସାମିଲ ହେବେ ବୋଲି କମିଟି ସୂତ୍ର ରୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *