ପାରାଦ୍ଵୀପ ( ଆୱାଜ ମିଡ଼ିଆ ) – ରବୀନ ବିଶ୍ୱାସ : ବନ୍ଦର ନଗରୀ ପାରାଦ୍ଵୀପ ରେ ମାରଣାସ୍ତ୍ର ଲଗାଇ ଅପହରଣ , ବଟି ଆଦାୟ , ମରଣାନ୍ତକ ଆକ୍ରମଣ ଘଟଣା ବୃଦ୍ଧି ପାଉଥିବା ବେଳେ ନ୍ୟାୟ ପାଇଁ ଥାନା ର ଦ୍ବାରସ୍ଥ ହେଉଥିବା ଲୋକେ ନିରାଶ ହେଉଛନ୍ତି । ଗତ ବର୍ଷେ ହେଲା ଏହିଭଳି ନିର୍ଯ୍ୟାତନା ର ଶିକାର ହୋଇ ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିବା ଲୋକେ ପ୍ରଶାସନ ଓ ପୋଲିସ ପ୍ରଶାସନ ପ୍ରତି ବିଶ୍ଵାସ ହରାଉଥିବା ବେଳେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ଯାହା ବିରୋଧ ରେ ଅପହରଣ ଓ ମରଣାନ୍ତକ ଆକ୍ରମଣ ର ଅଭିଯୋଗ ହେଉଛି, ତା ସହିତ ପାରାଦ୍ଵୀପ ଆଦର୍ଶ ଥାନା ର ଆଇଆଇସି କାବୁଲି ବାରିକ ଅଭିଯୁକ୍ତ ର ଜନ୍ମଦିନ ରେ ଥାନା ପରିସରରେ କେକ୍ କାଟି ଅଭିଯୁକ୍ତ କୁ ଖୁଆଇ ଦେଉଛନ୍ତି । ଉକ୍ତ ଯୁବକ ଗୈାତମ ମିଶ୍ର ହେଉଛନ୍ତି ପାରାଦ୍ଵୀପ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ଙ୍କ ଘନିଷ୍ଠ ସହଯୋଗୀ ପ୍ରକାଶ ତ୍ରିପାଠୀ ଙ୍କ ଭଣଜା । ଗତ ବର୍ଷକ ମଧ୍ୟରେ ଗୈାତମ ମିଶ୍ର ଙ୍କ ନାମରେ ମରଣାନ୍ତକ ଆକ୍ରମଣ ଓ ଅପହରଣ ଭଳି ୫ ରୁ ଉର୍ଦ୍ଧ୍ୱ ଏତଲା ପାରାଦ୍ଵୀପ ଆଦର୍ଶ ଥାନା, ପିପିଏଲ ଫାଣ୍ଡି ସମେତ ବହୁ ଥାନାରେ ଅଭିଯୋଗ ହୋଇଛି । ଗତ ୨୯/୪/୨୫ ରିଖ ଦିନ ଏକ କଳା ସ୍କର୍ପିଓ ରେ ପାରାଦ୍ଵୀପ ମାଉସୀ ମା ଛକରୁ ମାରଣାସ୍ତ୍ର ଲଗାଇ ଗୈାତମ ଅଧିକାରୀ ଙ୍କୁ ଅପହରଣ କରିବା ସହିତ ତାଙ୍କୁ ମାଡ଼ ମାରିଥିଲେ । ଏହାର କାରଣ ଥିଲା ତାଙ୍କ ମାମୁଁ ତଥା ଶିଳ୍ପ ମନ୍ତ୍ରୀ ଙ୍କ ଘନିଷ୍ଠ ସହଯୋଗୀ ପ୍ରକାଶ ତ୍ରିପାଠୀ ଙ୍କ ପୂର୍ବ ଉପକୂଳ ଶ୍ରମିକ ସଙ୍ଘ ରେ ସାମିଲ ନହେବା ବୋଲି ଗୈାତମ ଅଧିକାରୀ ଙ୍କ ସାଙ୍ଗ ରାମଚନ୍ଦ୍ର ପରିଡା ଆଦର୍ଶ ଥାନାରେ ଏତଲା ଦେଇଥିଲେ । ଏହି ଘଟଣା ପରେ ଗୈାତମ ମିଶ୍ର ଅପହରଣ କରିଥିବା ଯୁବକ ଙ୍କ ନାମରେ ଦୁଇଦିନ ପୂର୍ବରୁ ଅସଦାଚରଣ ଅଭିଯୋଗ କରିଥିବା ଥାନା ପକ୍ଷରୁ କୁହାଯାଇଥିଲା । ଘଟଣା ଏଭଳି ହୋଇଥିଲା କି ଅପହରଣର ଶିକାର ହୋଇଥିବା ଯୁବକ ଭୟରେ ଲୁଚି କରି ଭୁବନେଶ୍ୱର ପଳାଇ ଯାଇ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଭେଟି ଅଭିଯୋଗ କରିବାକୁ ଯାଇ ନିରାଶ ହୋଇଥିଲେ । କିନ୍ତୁ ଭୟରେ ଦୁଇ ଦିନ ଭୁବନେଶ୍ୱରରେ ରହିଥିବା ବେଳେ ତାଙ୍କୁ ପାରାଦ୍ଵୀପ ପୋଲିସ ଉଠାଇ ଆଣି ଗୋଟିଏ ଦିନ ଥାନାରେ ବସାଇ ଘଟଣାର ସମାଧାନ କରିବାକୁ ଚେଷ୍ଟା କରିଥିଲା । ସେହିପରି ତୈଳ ଟର୍ମିନାଲ ରେ ତେଲ ପରିବହନ କରୁଥିବା ଜଣେ ଯୁବକଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ ହୋଇଥିବା ବେଳେ ପୋଲିସ ଆକ୍ରମଣର ଶିକାର ହୋଇଥିବା ଯୁବକ ଙ୍କ ନାମରେ ଆକ୍ରମଣକାରୀ ଯୁବକ ଦିନକ ପୂର୍ବରୁ ଏତଲା ଦିଆଯାଇଥିବା ଦର୍ଶାଇ ଆକ୍ରମଣ ର ଶିକାର ହୋଇଥିବା ଯୁବକ ଙ୍କ ବିକଳାଙ୍ଗ ବାପାଙ୍କ ଠାରୁ ସାଧା କାଗଜରେ ଦସ୍ତଖତ ନେଇ ମାମଲାକୁ ରଫା ଦଫା କରି ଦେଇଥିଲେ । ଏବେ ସେହି ଅଭିଯୁକ୍ତ ର ଜନ୍ମଦିନ ରେ ଥାନା ପରିସରରେ ଖୋଦ୍ ଆଇଆଇସି କାବୁଲି ବାରିକ ତାଙ୍କୁ କେକ୍ କାଟି ଖୁଆଇ ଦେବାର ଦୃଶ୍ୟ, ପାରାଦ୍ଵୀପ ର ଆଇନ ଶୃଙ୍ଖଳା ପ୍ରତି ଅଙ୍ଗୁଳି ନିର୍ଦେଶ କରିଛି । ଲୋକଙ୍କ ସରକାରରେ ସାଧାରଣ ଲୋକେ ନିର୍ଯ୍ୟାତନା ର ଶିକାର ହେଉଥିବା ବେଳେ ଲୋକଙ୍କ ସରକାର ର ହାତ ବାରିଶି ସାଜି ପୋଲିସ ପ୍ରଶାସନ ପରାଧିକ କାର୍ଯ୍ୟ କଳାପରେ ଜଡ଼ିତ ବ୍ୟକ୍ତି ଙ୍କୁ ସୁରକ୍ଷା ଦେବା ସହିତ ସରକାରୀ ଅଫିସ ରେ ଜନ୍ମଦିନ ପାଳି ମଉଜ ମଜଲିସ କରୁଛି ।
ଥାନାରେ ଅଭିଯୁକ୍ତ ଙ୍କ ଜନ୍ମଦିନ ପାଳନ : କେକ କାଟିଲେ ଆଇଆଇସି !!!

