ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ଶିଳ୍ପାଞ୍ଚଳ ରେ ଥିବା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର (ମାତୃପୀଠ) ଠାରେ ଆୟୋଜିତ ୩୬ତମ ରାଜ୍ୟସ୍ତରୀୟ ଶ୍ରୀଅରବିନ୍ଦ ଅଗ୍ରଦୂତ ପାଠଚକ୍ର ସମ୍ମିଳନୀ ଉଦଯାପିତ ହୋଇଯାଇଛି, ଦୀର୍ଘ୍ ୪ ଦିନ ଧରି ଚାଲିଥିବା ଏହି ସମ୍ମିଳନୀରେ ସମଗ୍ର ଓଡ଼ିଶାରୁ ୩୫ ଗୋଟି ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ରୁ ପ୍ରାୟ ୩୫୦ ରୁ ଉର୍ଦ୍ଧ୍ବ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ସମେତ ଓଡ଼ିଶା ତଥା ଓଡ଼ିଶା ବାହାରୁ ବିଶିଷ୍ଟ ସାଧକ ଗଣ ଯୋଗ ଦେଇଥିଲେ, ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଦୀର୍ଘ ୩୫ ବର୍ଷ ଧରି ଆୟୋଜନ ହେଉଥିବା ବେଳେ ଗଜପତି ଜିଲ୍ଲା ରେ ଏହି ସମ୍ମିଳନୀରେ ପ୍ରଥମ ପାଇଁ ପାରଳାଖେମୁଣ୍ଡି ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପୁରାତନ ଛାତ୍ର ସଂସଦ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା, କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ପାରଳା ବିଧାୟକ ରୂପେଶ ପାଣିଗ୍ରାହି ମୁଖ୍ୟଅତିଥି ରୂପେ ଯୋଗଦେଇ ଉପସ୍ଥିତ ଯୁବ ମାତୃକର୍ମି ମାନଙ୍କୁ ନେଇ ଏତେ ବଡ କାର୍ଯ୍ୟକ୍ରମ ପାଇଁ ପ୍ରଶଂସା କରିବା ସହ ପାରଳା ସହର ର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ଆଜି ମଧ୍ୟ ନିଜର ଆଧ୍ୟାତ୍ମିକତା ଚିନ୍ତାଧାରା କୁ ନେଇ ଛାତ୍ର ଛାତ୍ରୀ ସୃଷ୍ଟି କରୁଥିବା ବିଷୟବସ୍ତୁ ଆଲୋକପାତ କରିଥିଲେ, ସ୍ବତନ୍ତ୍ର ଅତିଥି ଭାବରେ ଚେନ୍ନାଇ ରୁ ବିଶିଷ୍ଟ ମାତୃ ସାଧକ ଡାକ୍ତର ଯୋଗେଶ ମୋହନ ଯୋଗ ଦେଇ ଶାରୀରିକ ଧ୍ୟାନ, ସାମୁହିକ ଧ୍ୟାନ ଓ ଯୋଗ ମାଧ୍ୟମରେ କିପରି ମାନସିକ ଶାନ୍ତି ଆଣି କିପରି ଚେତନା ର ବିକାଶ ହୋଇପାରିବ ବକ୍ତବ୍ୟ ମାଧ୍ୟମ ରେ ବୁଝାଇ ଥିଲେ, ସେହିପରି ସମ୍ମାନିତ ଅତିଥି ଭାବରେ ଅନୁଷ୍ଠାନର ପୁରାତନ ଛାତ୍ର ତଥା ଇସ୍ରୋ ର ବୈଜ୍ଞାନିକ ଧର୍ମ ନାରାୟଣ ରଥ, ପୂର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ, କଟକ ମାତୃଭବନ ସମ୍ପାଦକ ପ୍ରସାଦ ତ୍ରିପାଠୀ, ଅଗ୍ରଦୂତ ରାଜ୍ୟ ଆବାହକ ସ୍ବରାଜ ମହାପାତ୍ର ଙ୍କ ସମେତ ମାତୃପୀଠ ସଭାପତି ବିଜୟ ମୁନି, ସମ୍ପାଦକ ଗୌରହରି ପଟ୍ଟନାୟକ ଏବଂ ଅନୁଷ୍ଠାନ ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ଦାସ, ପ୍ରାକ୍ତନ ଅଧ୍ୟକ୍ଷ ଅରବିନ୍ଦ ଦାସ ପ୍ରମୁଖ ଶ୍ରୀଅରବିନ୍ଦ ଓ ଶ୍ରୀମାଙ୍କ ଦର୍ଶନ ଏବଂ ଆଗମୀ ସମାଜରେ ଅଗ୍ରଦୂତଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ପୂରାତନ ଛାତ୍ରଛାତ୍ରୀ ଙ୍କ ସହ ଶିକ୍ଷାକେନ୍ଦ୍ରର ଶିକ୍ଷକ ଶିକ୍ଷୟତ୍ରୀ ଓ ପୂରାତନ ଶିକ୍ଷକ ମାନେ ପରିଚାଳନା କରିଥିଲେ। ଶେଷରେ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା କର୍ମଶାଳାରେ ପ୍ରସ୍ତୁତି ସଙ୍ଗୀତ ଓ ନୃତ୍ୟ ନାଟକ ଓ ଶାରୀରିକ କ୍ରୀଡା ପରିବେଷଣ କରାଯାଇଥିଲା।
ରାଜ୍ୟସ୍ତରୀୟ ଅଗ୍ରଦୂତ ଛାତ୍ର ସମ୍ମିଳନୀ ଉଦଯାପିତ !!!

