ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବୈଦେଶ୍ଵର ଥାନା ଖଇରୀପଙ୍ଗା ଗ୍ରାମରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ବଢ଼ିବାରେ ଲାଗିଛି ପ୍ରତିକ୍ରିୟା ! ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ସଦସ୍ୟ ଙ୍କ ଉପସ୍ଥିତିରେ ଆକ୍ରମଣର ଶୀକାର ସାମ୍ବାଦିକ ବୈଦେଶ୍ଵର ଥାନାରେ ଏତଲା ଦେଇଥିବା ସମୟରେ , ବାଙ୍କୀ ଡମପଡା ୟୁନିୟନ ର ଏକ ଟିମ ବାଙ୍କୀ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଙ୍କୁ ଭେଟିଛନ୍ତି ! ବୈଦେଶ୍ଵର ଥାନା ଅନ୍ତର୍ଗତ ଖଇରପଙ୍ଗା ଗ୍ରାମରେ ଚୋରୀ ଘଟଣାକୁ ନେଇ ଚୋର ଧରିବା ପାଇଁ ଖଟିଆ ବୁଲିବା କାର୍ଯ୍ୟ ଜାରି ରଖିଥିଲେ। ଏହି ବେଆଇନ କାର୍ଯ୍ୟ ଜାରି ରହିଥିବା ସୂଚନା ପାଇ ବୈଦ୍ୟେଶ୍ୱର ଥାନାର ପୋଲିସ ଏବଂ ସ୍ଥାନୀୟ ଆଞ୍ଚଳର କାର୍ଯ୍ୟରତ ସାମ୍ବାଦିକ ପହଁଚିଥିଲେ। ସେଠି ଘଟଣା ସମ୍ପର୍କରେ ପଚାରି ବୁଝିବାରୁ ଖଇରପଙ୍ଗା ଗ୍ରାମର କିଛି ଖଳ ପ୍ରକୃତିର ବ୍ୟକ୍ତି ମାନେ ପୋଲିସ ଏବଂ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ସ୍ଥାନୀୟ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ସାହୁ , ମାନସ ରଞ୍ଜନ ସାହୁ , ଆନନ୍ଦ ସ୍ୱାଇଁ ଆକ୍ରମଣର ଶିକାର ହୋଇଥିଲେ ! ଏସଂକ୍ରାନ୍ତରେ ବୈଦେଶ୍ଵର ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିଲେ ସୁଦ୍ଧା ଗିରଫ ସଂଖ୍ୟା ଶୁନ ଥିବାରୁ ପୁଲିସ ର ପାରିବା ପଣିଆ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ !
ବାଙ୍କୀ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ଡିଜିଟାଲ ମିଡ଼ିଆ କର୍ମକର୍ତ୍ତା !!!

