ସାମ୍ବାଦିକ ଙ୍କୁ ଆକ୍ରମଣ ଘଟଣା : ଚାରି ଅଭିଯୁକ୍ତ ଗିରଫ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ସାମ୍ୱାଦିକ ଙ୍କୁ ଆକ୍ରମଣ ଘଟଣାରେ ଚାରି ଅଭିଯୁକ୍ତ ଙ୍କୁ ଗିରଫ କଲା ବୈଦେଶ୍ୱର ପୁଲିସ । ଚୋର ଧରିବା ପାଇଁ ଖଇରିପଙ୍ଗା ଗାଁ ରେ ଖଟ ବୁଲା ସମୟ ର ଭିଡିଓ କରିବାରୁ ଚାରି ଜଣ ସାମ୍ୱାଦିକ ଙ୍କୁ ମାଡ଼ ମାରିଥିଲେ ଗାଁ ଲୋକେ । ଏପରିକି ଥାନା ଅଧିକାରୀ ଙ୍କୁ ମଧ୍ୟ ଅଟକ ରଖି ଗାଳି ଗୁଲଜ କରିଥିଲେ । ଲୋକଙ୍କ ଢେଲା ମାଡ଼ରେ ଜଣେ ସୁରକ୍ଷା କର୍ମୀ ଙ୍କ ର ମୁଣ୍ଡ ମଧ୍ୟ ଫାଟିଥିଲା । କେଶ ରୁଜୁ ହେବାର ସାତ ଦିନ ପରେ ବି କେହି ଜଣେ ଗିରଫ ନହେବାରୁ ଗତକାଲି ବାଙ୍କୀ ଜନ ଶୁଣାଣୀ ଶିବିରରେ ଜିଲ୍ଲାପାଳ ଏବଂ ଏସପି ଙ୍କୁ ଅଭିଯୋଗ କରିଥିଲେ ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ସଦସ୍ୟ । ତେବେ ତ୍ୱରିତ ପଦକ୍ଷେପ ନେଇ ଚାରି ଜଣଙ୍କୁ ଗିରଫ କରିଛି ପୁଲିସ ।

Leave a Reply

Your email address will not be published. Required fields are marked *