ପ୍ରଭୁ ଯଂଜ୍ଞଶ୍ୱରଙ୍କ ପୀଠରେ ପରମ୍ପରା ର ସହ ପାଳିତ ହେଲା ପର୍ବ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ମହା ସମାରୋହରେ ଆଧ୍ୟାତ୍ମିକ ପରିବେଶରେ ବାଙ୍କୀ ଡମପଡା ବ୍ଲକର ବିଭିନ୍ନ ଗ୍ରାମରେ ଥିବା ମହାଦେବଙ୍କ ପୀଠରେ ଶୀତଳଷଷ୍ଠୀ ଏବଂ ଶିବପାର୍ବତୀ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ତାଳବସ୍ତର ବାବା କପିଳେଶ୍ୱର, ଅରପୁରର ପ୍ରଭୁ ଯଂଜ୍ଞଶ୍ୱର, ଦୁଲଣାପୁରର ପ୍ରଭୁ ବାଲୁଙ୍କେଶ୍ୱର ପିଠରେ ବହୁ ଭକ୍ତଙ୍କ ସମାବେଶ ହୋଇଥିଲା | ଅରପୁରସ୍ଥ ପ୍ରଭୁ ଯଂଜ୍ଞ ଶ୍ୱରଙ୍କ ପୀଠରେ ଯଥାରୀତିନୀତି ଅନୁସାରେ ଶିବ ପାର୍ବତୀ ବିବାହ ପର୍ବ କରା ଯାଇଥିଲା | ପୁରୋହିତ ଭାବେ ସ୍ୱତନ୍ତ୍ର ଭାବେ ପୁରୀରୁ ଆସିଥିବା ମୁକ୍ତିମଣ୍ଡପ ତଥା ଗଜପତିଙ୍କ ବ୍ରାହ୍ମଣ ସୂର୍ଯ୍ୟମଣୀ ତ୍ରିପାଠୀ ଏବଂ ତାଙ୍କ ସାଥି ଅଭିମନ୍ୟୁ ପଣ୍ଡା ଯୋଗଦେଇ ବିବାହ କାର୍ଯ୍ୟ ସମାପନ କରିଥିଲେ | ବରକନ୍ୟା ପିତାମାତା ଭାବେ ବିପିନି ବିହାରୀ ନାୟକ, ସୌରୀ ନାୟକ ଓ ସୋମନାଥ ମହାନ୍ତି, ପୁଷ୍ପଲତା ମହାନ୍ତି ଯଂଜ୍ଞବେଦୀରେ ବସିଥିଲେ | ଗ୍ରାମ୍ୟ ମହିଳା କୀର୍ତ୍ତନ ଗୋଷ୍ଠୀ ଦ୍ଵାରା ଭଜନସନ୍ଧ୍ୟା ପରିବେଷଣ ହୋଇଥିଲା | ବାଜା ଆଲୁଅ ସାଙ୍ଗକୁ ପ୍ରସାଦସେବନ ମନ୍ଦିର ପରିବେଶକୁ ଉତ୍ସବ ମୁଖରିତ କରିଥିଲା | ସମସ୍ତ କାର୍ଯ୍ୟକ୍ରମ ମନ୍ଦିର ପ୍ରତିଷ୍ଠାତା ସ୍ବର୍ଗତ ଯୁଗଳ ଚନ୍ଦ୍ର ନାୟକଙ୍କ ପରିବାର ସଦସ୍ୟମାନଙ୍କ ଦ୍ଵାରା ସମ୍ପାଦିତ ହୋଇଥିଲା |

Leave a Reply

Your email address will not be published. Required fields are marked *