ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ କୃଷି ବିଭାଗ ପକ୍ଷରୁ ସୋବରା ପଞ୍ଚାୟତର ଆନ୍ଧ୍ରଯୋଲ ଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇ ଯାଇଛି । ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନା ଉପରେ ଚାଷୀଙ୍କୁ ସଚେତନତା କରାଯାଇଥିଲା । କେନ୍ଦ୍ର ସରକାରଙ୍କ ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା, ପିଏମ୍ କିଷାନ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, କୃଷକ ପଞ୍ଜିକରଣ, ରାଜ୍ୟ ସରକାରଙ୍କ ସମୃଦ୍ଧ କୃଷକ ଯୋଜନା, ସିଏମ୍ କିଷାନ ଯୋଜନା , କୃଷି ବିଦ୍ୟାନିଧି ଯୋଜନା, ଶ୍ରୀ ଅନ୍ନ ଯୋଜନା ପ୍ରଭୃତି ଯୋଜନା ଉପରେ ଆଲୋଚନା କରାଯାଇଥିଲା ! ଏହି କାର୍ଯ୍ୟକ୍ରମରେ ସହକାରୀ କୃଷି ଅଧିକାରୀ, BTM, VLW ଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ ।
ଗୋଶାଣୀ କୃଷି ବିଭାଗ ପକ୍ଷରୁ ବିକଶିତ କୃଷି ସଂକଳ୍ପ ଅଭିଯାନ ଆରମ୍ଭ !!!

