କଟକ ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଆଜିର ଶିଶୁ କାଲିର ନାଗରିକ,ଶିଶୁ ହସିଲେ ଦୁନିଆ ହସିବ । ସେହିଭଳି କୃତୀତ୍ଵ ଅର୍ଜନ କରି ବିଦ୍ୟାର୍ଥି ମାନଂକ ମଧ୍ୟରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ମେଧା ପ୍ରତିଭା ଅମ୍ନିକା ମହାନ୍ତି ଅନ୍ୟତମ । ତାଙ୍କ ପିତା ବିଶିଷ୍ଟ ସମାଜସେବୀ ତଥା ରାଜନୀତିଜ୍ଞ ଡକ୍ଟର ଅମରେନ୍ଦ୍ର ମହାନ୍ତି ଓ ମାତା ଧର୍ମପ୍ରାଣା ସାଗ୍ନିକା ସିଂ କଟକ ଜିଲ୍ଲା ମାହାଙ୍ଗା ନିବାସୀ । ସେ ୨୦୦୯ ମସିହାରେ ଚେନ୍ନାଇ ରେ ଜନ୍ମ ଗ୍ରହଣ କରିଛନ୍ତି । ତାଙ୍କ ଜେଜେଙ୍କ ନାମ ଅବସରପ୍ରାପ୍ତ ଶିକ୍ଷାବିତ୍ ଶ୍ରୀଯୁକ୍ତ ଅକ୍ଷୟ କୁମାର ମହାନ୍ତି ଓ ଯେଜେମାଙ୍କ ନାମ ଆଦର୍ଶ ନାରୀ ଶ୍ରୀମତୀ ପ୍ରତିଭା ରେଣୁବାଳା ମହାନ୍ତି । ପିଲାଟି ଦିନରୁ ତାଙ୍କର ପାଠପଢା ପ୍ରତି ଯେତିକି ଆଗ୍ରହ ଠିକ ସେମିତି ଚିତ୍ରକଳା,ପ୍ରବନ୍ଧ ଲିଖନ,ବକ୍ତୃତା ଓ ସଂଗୀତ ବିଶେଷ କରି ଓଡ଼ିଶୀ ନୃତ୍ୟ ଆଦି ଅନେକ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ସଫଳତା ଅର୍ଜନ କରିଛନ୍ତି । ସେ ସେଣ୍ଟ ଜୋହନସ୍ ପବ୍ଲିକ ସ୍କୁଲ ଚେନ୍ନାଇ ଦଶମ (ସିବିଏସଇ) ଶ୍ରେଣୀର ମେଧା ଛାତ୍ର ଭାବେ ଚଳିତ ବର୍ଷ ୨୦୨୫ ମାଟ୍ରିକ ପରୀକ୍ଷାରେ ୯୬.୪ ଶତକଡା ମାର୍କ ରଖି ସ୍କୁଲ ତଥା ଆମ ରାଜ୍ୟ ପାଇଁ ଗୌରବ ଆଣି ପାରିଛନ୍ତି । ଅମ୍ନିକା ଆଜି ଯେ କୌଣସି ଚିତ୍ରକଳା ବା ଦୃଶ୍ୟ ରାଜିର ନିଖୁଣ ଭାବେ ଖୁବ୍ ଚିତ୍ତାକର୍ଷକ ଚିତ୍ର ଆଙ୍କି ଚିତ୍ରକଳା ଜଗତରେ ଖୁବ୍ ସୁନାମ ଅର୍ଜନ କରିଛନ୍ତି । ଗୀତାର ବଜାଇବାରେ ମଧ୍ୟ୍ୟ ଖୁବ୍ ସଫଳତା ଅର୍ଜନ କରିଛନ୍ତି । ଆଜି କାଲି ଦୁନିଆଁରେ ପିଲା ମାନେ ଖବର କାଗଜ ପଠନ ପ୍ରତି ଆଗ୍ରହ ନଥିବା ବେଳେ ଏହି ଶିଶୁ ପ୍ରତିଭା ଜଣକ ପତ୍ର ପତ୍ରିକା ପଢ଼ିବାରେ ଖୁବ୍ ରୁଚି ରଖିଛନ୍ତି । ସେ ତାଂକ ପିତାଙ୍କ ମହାନ୍ ଆଦର୍ଶରେ ଅନୁପ୍ରାଣିତ ହୋଇ ବୃକ୍ଷରୋପଣ,ବିଭିନ୍ନ ସେବାକାର୍ଯ୍ୟ, ଜନ ଜାଗରଣ ଏବଂ ପ୍ରକୃତି ସୁରକ୍ଷା ଦିଗରେ ବ୍ରତୀ । ଭବିଷ୍ୟତରେ ଜଣେ ଖ୍ୟାତି ସମ୍ପନ୍ନ ଦକ୍ଷ ଯନ୍ତ୍ରୀ ହେବାର ବୃହତ୍ ଆଶା ପୋଷଣ କରିଛନ୍ତି ।
ଓଡିଶୀ ନୃତ୍ୟଶିଳ୍ପୀ ଅମ୍ନିକା ମହାନ୍ତି !!!

