ତାଳଚେର ( ଆୱାଜ ମିଡ଼ିଆ ) – ଜମ୍ବେଶ୍ଵର ପଟ୍ଟନାୟକ : କଟକ ଗ୍ରୁପ କମାଣ୍ଡର ଏନ.ସି.ସି ଅଧୀନରେ ଥିବା ୧୨ ଓଡ଼ିଶା ଏନ.ସି.ସି ବାଟାଲିୟନ ତରଫରୁ ବାର୍ଷିକ ତାଲିମ ଶିବିର ଗତ ୩ ତାରିଖ ଠାରୁ ସ୍ଥାନୀୟ ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟରେ କ୍ୟାମ୍ପ କମାଣ୍ଡାଣ୍ଟ ଲେଫ୍ଟଟାଣ୍ଟ କର୍ଣ୍ଣେଲ ମାନସ ମିଶ୍ରଙ୍କ ତତ୍ୱାବଧାନରେ ଆରମ୍ଭ ହୋଇ ୧୨ ତାରିଖ ଦିନ ଉଦଯାପିତ ହୋଇ ଯାଇଅଛି । ଶିବିରରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ୬୦୫ ଜଣ କ୍ୟାଡଟ ଅଂଶ ଗ୍ରହଣ କରିଥିଲେ । କଟକ ଏନ୍.ସି.ସି ର ଗ୍ରୁପ କମାଣ୍ଡର କର୍ଣ୍ଣେଲ ସତ୍ୟବ୍ରତ ସ୍ୱାଇଁ ଏହି ଶିବିରକୁ ପରିଦର୍ଶନ କରିଥିଲେ । ଏନ୍.ସି.ସି କ୍ୟାଡଟ ମାନଙ୍କ ବଳିଷ୍ଠ ନେତୃତ୍ବ ଦେଶର ପ୍ରଗତିରେ ସହାୟକ ହେବ ବୋଲି ମତବ୍ୟକ୍ତ କରିବା ସହିତ ଶୃଙ୍ଖଳା, ସଂଯମ ଓ ସଦାଚାର ପ୍ରଭୁତି ଗୁଣ କ୍ୟାଡଟ ମାନଙ୍କ ଆବଶ୍ୟକ ବୋଲି ମାର୍ଗ ଦର୍ଶନ କରିଥିଲେ । ଏହି ତାଲିମ ଶିବିରରେ ବନ୍ଧୁକ ଚାଳନା, ବୃକ୍ଷ ରୋପଣ, ଡ୍ରିଲ, ମ୍ୟାପ ରିଡିଙ୍ଗ, ୱେପନ ଟ୍ରେନିଂ, ନେଣ୍ଟ ପିଚିଙ୍ଗ ଇତ୍ୟାଦି ତାଲିମ ଶିକ୍ଷା କ୍ୟାଡଟ ମାନଙ୍କୁ ପ୍ରଦାନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ୧୨ ଜଣ ଏନ୍.ସି.ସି ଅଧିକାରୀ , ୧୩ ଜଣ ପି.ଆଇ ଷ୍ଟାଫ ତାଲିମ ପ୍ରଦାନ କରିଥିଲେ । ଶିବିରରେ ଉଦଯାପନି ଉତ୍ସବରେ କ୍ୟାମ୍ପ କମାଡାଣ୍ଟଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ମେଜର ସୁବ୍ରତ କୁମାର ଦାସ ଯୋଗ ଦେଇ କ୍ୟାଡଟ ମାନଙ୍କୁ ଶୃଙ୍ଖଳା ଓ ସାୟାନୁ ବର୍ତ୍ତିତା ହେବା ପାଇଁ ପ୍ରେରଣା ଦେଇଥିଲେ । ଏହି ଶିବିରରେ ଏନ୍.ସି.ସି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହାୟତା ପ୍ରଦାନ କରିଥିଲେ ।
ଏନ.ସି.ସି ବାର୍ଷିକ ତାଲିମ ଶିବିର ଉଦଯାପିତ !!!

