ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ଆଦିକ୍ୱା କିଶୋରୀ ସୁଭଦ୍ରା ଦିବସ ପାଳିତ l ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ସ୍ଵମନିତ ଶିଶୁ ବିକାଶ କାର୍ଯ୍ୟାଳୟ ପରିସରରେ ରଜ ଉପଲକ୍ଷେ ଆଦିକ୍ଵା କିଶୋରୀ ସୁଭଦ୍ରା ଦିବସ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ DSWO କାର୍ଯ୍ୟାଳୟର ପ୍ରୋଗ୍ରାମ ଅଧିକାରିଣୀ ବବିତା ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ସମ୍ମାନିତ ଅତିଥି CDPO ବିଦ୍ୟୁତ ପ୍ରଭା ବେହେରା ଓ ଶ୍ୱେତାପଦ୍ମା ସାହୁ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ କିଶୋରୀ ବାଳିକା ମାନଙ୍କ ମଧ୍ୟରେ ନାଚ, ଗୀତ,ପୁଚି ଓ କୁଇଜ ପ୍ରତିଯୋଗିତା ହୋଇଥିଲା ଓ ଏହି ପ୍ରତିଯୋଗିତା ରେ ବିଶେଷ ଆକର୍ଷଣ ଥିଲା ଯାଆଁଳା କୁନି ଝିଅ ଙ୍କର ନୃତ୍ୟ ବେଶ ମନମୁଗ୍ଧକର ଥିଲା l ଏବଂ ଅତିଥି ମାନଙ୍କ ଦ୍ଵାରା କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟ କ୍ରମରେ ଅଙ୍ଗନୱାଡ଼ି କର୍ମୀ ଓ ସୂପରଭାଇଜର ଏବଂ ବ୍ଲକ ଏବଂ NAC ରୁ କିଶୋରୀ ମାନେ ଯୋଗଦେଇଥିଲେ ଓ ମିଶନ ଶକ୍ତି BPC ସଞ୍ଜୀବ କୁମାର ଜେନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓ ସ୍ଵମନିତ୍ଵ ଶିଶୁ ବିକାଶ କାର୍ଯ୍ୟାଳୟର କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l
ଆଦିକ୍ୱା କିଶୋରୀ ସୁଭଦ୍ରା ଦିବସ ପାଳିତ !!!

