ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ଡମପଡା ବ୍ଲକ ଅନ୍ତର୍ଗତ ତାଳବସ୍ତ ପଂଚାୟତ କୃଷ୍ଣପଲ୍ଲୀ ଗ୍ରାମରେ ଚଳିତ ବର୍ଷ ଚାରିଦିନ ଧରି ଅନୁଷ୍ଠିତ ହୋଇଥିବା ପଲ୍ଲୀ ରଜ ଉତ୍ସବ ମହା ଆଡମ୍ବର ସହକାରେ ଶେଷ ହୋଇଛି | ପହିଲି ରଜ ଦିବସର ଗ୍ରାମର ଆରାଧ୍ୟ ଦେବତା ପ୍ରଭୁ ପତିତପାବନଙ୍କ ପୀଠରୁ ମସାଲ ଜ୍ୟୋତି ବାହାରି ଗ୍ରାମ୍ୟ ପରିକ୍ରମା କରାଯାଇ ଝିଅ ବୋହୁଙ୍କ ଭିତରେ ରଜ ସମ୍ପର୍କିତି ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା | ଚାରିଦିନ ଧରି ପ୍ରତି ସନ୍ଧ୍ୟାରେ ତାଳବସ୍ତ, ଅରପୁର, ଦୁଲଣାପୁର ଡମପଡା ଅଂଚରର ନୃତ୍ୟଶିଳ୍ପୀଙ୍କ ଭିତରେ ନୃତ୍ୟ ପ୍ରତଯୋଗିତା କରାଯାଉଥିବା |ଦିନ ବେଳେ ପୁଅ ମାନଙ୍କ ଭିତରେ କବାଡି, କ୍ରିକେଟ, ତାସ ଖେଳ ହେଉଥିଲା | ସବୁ ବିଭାଗର ବିଜେତା ମାନଙ୍କୁ ଉଦଘାଟିତ ଦିବସର ସାଧାରଣ ସଭାରେ ଉତ୍ତରୀୟ, ସିଲ କପ, ଟ୍ରଫି ସହିତ ଆର୍ଥୀକ ସହଯୋଗ ରାଶି ଦେଇ ପୁରସ୍କୃତ କରା ଜାଇହିଲା |ବିଚାରକ ଅତିଥି ଭାବେ ଅନୁଷ୍ଠାନର ଉପଦେଷ୍ଟା ପୀତବାସ ସାହୁ, ଗନ୍ଧର୍ବ ବେହେରା, ରବି ଦାସ, ସୁବ୍ରତ କୁମାର ନାୟକ, ମାଷ୍ଟର ସିନି କୁମାର ପ୍ରମୁଖ ଯୋଗ ଦେଇଥିଲେ |ଅନୁଗୁଳ,ତାଳଚେରର ନୃତ୍ୟଶିଳ୍ପୀ ପାୟଲ ସାଠୁଆ ଏବଂ ଡମପଡାର ଶୁଭାସ୍ମିତା ସେଠି ଚଳିତ ବର୍ଷର ଯୁଗ୍ନ ରଜ ପରୀ ଭାବେ ସମର୍ଦ୍ଧିତ ହୋଇଥିଲେ | ଗ୍ରାମାଞ୍ଚରେ ଭାଇଚାରା ବଜାୟ ରଖିବା ଏବଂ ଗାଁ ପ୍ରତିଭା ମାନଙ୍କୁ ଲୋକ ଲୋଚନକୁ ଆଣିବାରେ ଏହି ପଲ୍ଲୀ ଉତ୍ସବ ମାନ ସହାୟକ ହେଉଛନ୍ତି | ସମସ୍ତ କାର୍ଯ୍ୟକ୍ରମକୁ ସାମାଜିକ କର୍ମୀ ନାରଣ ମହାପାତ୍ର, ଗଜେନ୍ଦ୍ର ଦାସ, ଲିଟୁ ମହାପାତ୍ର, ଚନ୍ଦନ ମହାରଣା, କାର୍ତ୍ତିକ ସାହୁ ପ୍ରମୁଖ ସହଯୋଗ କରିଥିଲେ |
ମହା ସମାରୋହରେ ପାଳିତ ହେଲା ଦ୍ୱିତୀୟ କୃଷ୍ଣପଲ୍ଲୀ ରଜ ଉତ୍ସବ !!!

