ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ଼ ଜିଲ୍ଲା ଦୌରାଜନ୍ ତଥା ଆଇନସେବା ପ୍ରାଧୁକରଣ ଅଧ୍ଯକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚିବ ଅଞ୍ଜଳି ମଳଖଣ୍ଡଙ୍କ ସଭାପତିତ୍ୱରେ ଲେଖନପୁରସ୍ଥିତ ସମର୍ପଣ ବୃଦ୍ଧାଶ୍ରମରେ ବୃଦ୍ଧାଶ୍ରମର ଅନ୍ତେବାସୀ ଏବଂ ଜନସାଧାରଣଙ୍କୁ ନେଇ ବିଶ୍ଵ ବରିଷ୍ଠ ନାଗରିକଙ୍କ ନିମନ୍ତେ ର୍ଦୁବ୍ୟବହାର ପ୍ରଦର୍ଶନ ନିରୋଧ ସଚେତନତା ଦିବସ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲା ଆଇନ୍ସେବା ପ୍ରଧୂକରଣ କର୍ମଚାରୀ ପୱନ କୁମାର ବେହେରା ଅତିଥୁ ପରିଚୟ ପ୍ରଦାନ କରିଥିବା ବେଳେ ସଚିବ ଅଞ୍ଜଳି ମଳଖଣ୍ଡ ବରିଷ୍ଠ ନାଗରିକଙ୍କୁ ସଜ୍ଞାନ କରିବା, ସ୍ନେହ ଭଲପାଇବା ଦେଇ ସେମାନଙ୍କୁ ଆପଣାର କରିବାକୁ ପରାମର୍ଶ ଦେଇଥିଲେ । ବରିଷ୍ଠ ନାଗରିକ କାହାକୁ କହନ୍ତି ? ସେମାନେ ଆମର ବୋଝ ନୁହଁନ୍ତି । ଆଜିକାଲି ଦେଖାଯାଉଛି ପୁଅ-ଝିଅମାନେ ବୃଦ୍ଧାବସ୍ଥାରେ ଥିବା ବାପା ମାଆଙ୍କୁ ହତାଦର ଏବଂ ର୍ଦୁବ୍ୟବହାର କରୁଛନ୍ତି । ଏପରି ପୁଅଝିଅଙ୍କୁ ଦଣ୍ଡିତ କରିବା ପାଇଁ ଆଇନ୍ରେ ଉଲ୍ଲେଖ ଅଛି । ଯେଉଁଠି ବରିଷ୍ଠ ନାଗରିକମାନଙ୍କୁ ର୍ଦୁବ୍ୟବହାର କରାଯାଉଛି ସେଠି ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ଅଛି ଏବଂ ବରିଷ୍ଠ ନାଗରିକଙ୍କୁ ନ୍ୟାୟ ଦେବାକୁ ସଂକଳ୍ପବଦ୍ଧ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନୟାଗଡ଼ କଳାପରିଷଦର ସମ୍ପାଦିକା ପ୍ରଭାସିନି ନନ୍ଦ, ପ୍ରାକରଣ ସଦସ୍ୟା କ୍ଷଣପ୍ରଭା କର, ସମର୍ପଣ ବୃଦ୍ଧାଶ୍ରମର କୋଷାଧ୍ୟକ୍ଷ ସନ୍ତୋଷ କୁମାର ନାୟକ ପ୍ରମୁଖ ମତବ୍ୟକ୍ତ କରିଥିଲେ । ବରିଷ୍ଠ ନାଗରିକଙ୍କୁ ର୍ଦୁବ୍ୟବହାର ନକରି ସମ୍ମାନ ଦେବା ଉଦ୍ଦେଶ୍ୟରେ ଏକ ଛୋଟ ସଚେତନତା ଧର୍ମୀ ନାଟକ ଅଧିକାର ମିତ୍ରଙ୍କ ଦ୍ଵାରା ପରିବେଷଣ କରାଯାଇ ଉଚ୍ଚ ପ୍ରଶଂସିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଅଧୁକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା, ମମତା ବେହେରା, ଶୁଭସ୍ମିତା ମିଶ୍ର, ପ୍ରକାଶ ଚନ୍ଦ୍ର ଦଳେଇ, ବାଣିବନ୍ଦନା ବିଶ୍ଵାଳ, ଆନନ୍ଦ ନାୟକ, ଜିତେନ୍ଦ୍ର ପ୍ରଧାନ, ରଶ୍ମିତା ଦେଇ, ସନ୍ଧ୍ୟାରାଣୀ ବେହେରା, ପ୍ରଣତି ପରିଡା, ତଅପୋଇ ସେଠୀ ପ୍ରମୁଖ ସହଯୋଗ କରିଥିଲେ । ବୃଦ୍ଧାଶ୍ରମର ସମ୍ପାଦକ ଶ୍ରୀଧର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ବରିଷ୍ଠ ନାଗରିକଙ୍କ ନିମନ୍ତେ ର୍ଦୁବ୍ୟବହାର ପ୍ରଦର୍ଶନ ନିରୋଧ ସଚେତନତା !!!

