ପାଇକମାଳ ଝାରବନ୍ଧ ରାସ୍ତା ରାସ୍ତା ପ୍ରଶସ୍ତିକରଣ ପାଇଁ ଘରଭଙ୍ଗା କୁ ବିରୋଧ !!!

Spread the love

ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ପାଇକମାଳ ଝାରବନ୍ଧ ରାସ୍ତା ପ୍ରଶସ୍ତିକରଣ ପାଇଁ ଘରଭଙ୍ଗା କୁ ବିରୋଧ କରି ସଡକପଡା ରେ ରାସ୍ତା ରୋକ କରାଯାଇଛି । ପ୍ରଶାସନ ପକ୍ଷରୁ ୭ ଦିନ ମଧ୍ୟ ରେ ରାସ୍ତା ର ଉଭୟ ପାଶ୍ବରେ ଥିବା ଘର ଖାଲି କରିବା ପାଇଁ ଚାରି ତାରିଖରେ ନୋଟିସ କରାଯାଇଥିଲା । ପଡାବାସୀ ମାନେ ୬ ତରିଖ ଦିନ ତହସିଲଦାରଙ୍କୁ ଭେଟି ବର୍ଷା ଦିନ ରେ ଘର ନଭାଙ୍ଗିବା ପାଇଁ ଅନୁରୋଧ କରି ଆବେଦନ ପତ୍ର ଦେଇଛନ୍ତି । ଆଜି ଅପରାହ୍ନରେ ଡାକବାଜି ଯନ୍ତ୍ରରେ ଘର ଉଚ୍ଚେଦ କରାଯିବ ବୋଲି ଘୋଷଣା କରାଯିବା ପରେ ପଡାବାସୀ ସନ୍ଧ୍ୟାରେ ରାସ୍ତାରୋକ କରିଥିଲେ । ପଦ୍ମପୁର ବିଧାୟିକା ରାସ୍ତା ରୋକ ସ୍ଥଳେ ପହଞ୍ଚି ପଦ୍ମପୁର ଏଡିଏମ ଙ୍କୁ ଫୋନ ରେ ଓ ପାଇକମାଳ ଅତିରିକ୍ତ ତହସିଲଦାର ଙ୍କ ସହ କଥାବର୍ତ୍ତା ହେବା ପରେ ବର୍ଷା ୪ ମାସ ନଭାଙ୍ଗିବା କୁ ପ୍ରତିଶୃତି ଦେଲା ପରେ ରାସ୍ତା ରୋକରୁ ଓହରିଥିଲେ ।

Leave a Reply

Your email address will not be published. Required fields are marked *