ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : କଂସରା ପଞ୍ଚାୟତର ମନରେଗା କାମରେ ମହାଦୁର୍ନୀତି l ଯନ୍ତ୍ରୀ, ସରପଞ୍ଚ , ଜିଆରଏସ ଓ ବିଡ଼ିଓ ମିଳି ମିଶି ଚଳୁ କରିଦେଲେ ଟଙ୍କା l ଏହିପରି ଏକ ଦୁର୍ନୀତି ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କଂସରା ପଞ୍ଚାୟତରେ l ଆର୍ଥିକ ବର୍ଷ ୨୦୨୨/୨୩ ବର୍ଷରେ କେନ୍ଦୁ ବନ୍ଧ ଖୋଳା ହେବା ପାଇଁ ମନରେଗା ଯୋଜନାରେ ୯ ଲକ୍ଷ ଏକ ହଜାର ଟଙ୍କା ଅଟକଳ ମୂଲ୍ୟ ମଞ୍ଜୁର ହୋଇଥିଲା l କିନ୍ତୁ ଏହି ବନ୍ଧ ଶ୍ରମିକ ଦ୍ଵାରା ଖୋଳା ହେବା କଥା ତାହା ନ ହୋଇ ମେସିନ୍ ରେ ଖୋଳା ହୋଇଛି l ଏବଂ ଅତି ନିମ୍ନ ମାନର କାର୍ଯ୍ୟ ହୋଇଥିବା ଜଳ ଜଳ ଦେଖା ଯାଇଛି l ଏଠି ଯନ୍ତ୍ରୀ ,ଠିକାଦାର,ସରପଞ୍ଚ ଓ ଜିଆରଏସ ମିଳିମିଶି ଚଳୁ କରି ଦେଇଛନ୍ତି ଟଙ୍କା l ଯାହାକି ଏହି ନିମ୍ନ ମାନର କାର୍ଯ୍ୟ ହୋଇଥିବା ବିଷୟରେ ଆମ ପ୍ରତିନିଧି କନିଷ୍ଠ ଯନ୍ତ୍ରୀ ଦିପାଞ୍ଜଳି ନାଏକ ଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ସୁଇଜ ଅଫ କରିଥିଲେ l ଏହି ଦୁର୍ନୀତି ବିଷୟରେ ପୂର୍ବରୁ ଥରେ ଖବର ପ୍ରସାରଣ କରାଯାଇଥିଲା , ହେଲେ କଣ ହେବ ମୋଟା ଅଙ୍କର ପିସି ରେ ପାଇ ଯନ୍ତ୍ରୀ ନିମ୍ନ ମାନର କାମ ହେଉ ମୋର ପିସି ଦରକାର ତେଣୁ ଏହିପରି ଦୁର୍ନୀତି ଗସ୍ତ ଯନ୍ତ୍ରୀ ଭଲ ପିସି ପାଇ ଭଲ ଦୁର୍ନୀତି କରୁଛନ୍ତି l କାରଣ ଏହି ବ୍ଲକରେ ୩୦% ପିସି କାରବାର ଜୋର୍ ଭାବରେ ଚାଲିଛି ଓ ଯନ୍ତ୍ରୀ ଦିନକୁ ଦିନ ମଷ୍ଟର ରୋଲ ବାହାର କରି ମିଥ୍ୟା ଲେବର ଡିମାଣ୍ଡ ଦେଇ ଭଲ ଅଙ୍କର ଅର୍ଥ ଲୁଟୁଥିବା ଦେଖା ଦେଇଛି l ବର୍ତ୍ତମାନ ବର୍ଷା ଦିନ ଦେଖି ପ୍ରତିଦିନ ୮୬ ଜଣ ଜବ କାର୍ଡ ଧାରୀ କାମ କରୁଥିବା ମିଥ୍ୟା ଡିମାଣ୍ଡ ଦେଇ ମିଛରେ NMMS କରି ୩,୬୩,୮୪୪ (ତିନି ଲକ୍ଷ ତେଷଠି ହଜାର ଆଠ ଶହ ଚୌରାଳିଶି ) ଟଙ୍କା ଖାତାକୁ ଛାଡି ହରି ଲୁଟ କରାଯାଇଛି l ଏବଂ ଏହା କିପରି ଭାବେ ମିଥ୍ୟା ଡିମାଣ୍ଡ ଦିଆଯାଇଛି ଦେଖନ୍ତୁ l ଏବଂ ହିନ୍ଦୋଳ ବ୍ଲକ ରେ ୩୦% ପିସି କାରବାର କଥା ବାରମ୍ବାର ଗଣମାଧ୍ୟମ ପ୍ରତିନିଧି ମାନେ ଏହି ଦୁର୍ନୀତି ବିରୋଧରେ ଖବର ପ୍ରସାରଣ କରିଥିଲେ ମଧ୍ୟ ଓ ପଞ୍ଚାୟତ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାଏକ ମଧ୍ୟ ଏହି ମନରେଗା କାମରେ ମେସିନ ଲାଗିବ ନାହିଁ ଓ ଲେବର ଦ୍ଵାରା କରାଯିବା ପାଇଁ କଡା ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବ୍ଲକ ପ୍ରଶାସନ ୩୦% ପିସି ପାଇ ଏହା ଖାତିରି କରୁ ନଥିବା ଜଣାଯାଇଛି l ତେଣୁ ଏହି ଦୁର୍ନୀତି ଗସ୍ତ କନିଷ୍ଠ ଯନ୍ତ୍ରୀ ଦିପାଞ୍ଜଳି ନାଏକ ଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ କରାଯିବା ପାଇଁ ଜନ ସାଧାରଣ ଦାବି କରିଛନ୍ତି l
କଂସରା ପଞ୍ଚାୟତର ମନରେଗା କାମରେ ମହାଦୁର୍ନୀତି !!!

