ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ମହିମା ବ୍ରହ୍ମ ଜ୍ୟୋତି କୁ ହିନ୍ଦୋଳ ରେ ସମ୍ବର୍ଦ୍ଧନା l ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ସଦର ମହକୁମାରେ ଯୋରନ୍ଦା ମହିମା ପୀଠର ବ୍ରହ୍ମ ଜ୍ୟୋତି କୁ ହିନ୍ଦୋଳ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଭାସ କୁମାର ବେହୁରା ସ୍ବାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ ! ଅଲେଖ ମହିମାଧାରି ମାନଙ୍କ ଦ୍ୱରା ସଙ୍କୀର୍ତ୍ତନ କରି ଜ୍ୟୋତିକୁ ହିନ୍ଦୋଳ ରାଜ ପ୍ରାସାଦ ନିକଟକୁ ଅଣାଯାଇଥିଲା l ସେଠାରେ ରାଜା ଶୈଳେନ୍ଦ୍ର ନାରାୟଣ ସିଂହଦେଓ ବ୍ରହ୍ମ ଜ୍ୟୋତି କୁ ସ୍ଵାଗତ କରିବା ସହିତ ପୂଜା ଅର୍ଚ୍ଚନା କରିଥିଲେ ଓ ରାଜା ଶୈଳେନ୍ଦ୍ର ନାରାୟଣ ସିଂହଦେଓ ଓ ଉପଜିଲ୍ଲାପାଳ ଶ୍ରୀମଦ୍ ବାବା ରଘୁନାଥ ଦାସ ଙ୍କ ଆଶୀର୍ବାଦ ନେଇଥିଲେ l ବ୍ରହ୍ମ ଜ୍ୟୋତି କୁ ରାଜ ପ୍ରାସାଦ ଭିତରକୁ ଅଣାଯାଇଥିଲା ଓ ସେଠାରେ ସମସ୍ତ ବାବା ଓ ମାତା ମାନଙ୍କ ପାଇଁ ବିଶ୍ରାମ କରିବା ନିମନ୍ତେ ବ୍ୟବସ୍ଥା କରାଯାଇଥିଲା l ଏହି ବ୍ରହ୍ମ ଜ୍ୟୋତି କୁ ଦେଖିବା ପାଇଁ ପ୍ରବଳ ଭକ୍ତଙ୍କ ଭିଡ଼ ହୋଇଥିଲା l ଏହି ମହିମା ଜ୍ୟୋତି ଯାତ୍ରା ପରିଚାଳନା ପରିଷଦର ସଂଯୋଜକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ରଥ ଓ ଆବାହକ ଭକ୍ତ ପ୍ରଶାନ୍ତ ମହାପାତ୍ର ଙ୍କ ଦ୍ଵାରା ପରିଚାଳନା ହୋଇଥିଲା l ଏହି କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ଶିବାନୀ ପଣ୍ଡା, ସମାଜସେବୀ ରତିକାନ୍ତ ଗଡ଼ନାୟକ, ବରିଷ୍ଠ କଂଗ୍ରେସ ନେତା ତ୍ରିନାଥ ବେହେରା, ସୁବାସ ପାଳ, ପ୍ରସନ୍ନ ପ୍ରଧାନ ଓ ଅନ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l
ମହିମା ବ୍ରହ୍ମ ଜ୍ୟୋତି କୁ ହିନ୍ଦୋଳ ରେ ସମ୍ବର୍ଦ୍ଧନା !!!

